Categories: ଜାତୀୟ

ଶ୍ରୀଲଙ୍କାକୁ ୪୦ ହଜାର ଟନ୍‌ ଡିଜେଲ ପଠାଇବ ଭାରତ

ନୂଆଦିଲ୍ଲୀ,୨୬।୩ : ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଏଭଳି ସ୍ଥତିରେ ସହଯୋଗର ହାତ ବଢାଇଛି ଭାରତ। ଶ୍ରୀଲଙ୍କାର ଅନୁରୋଧ କ୍ରମେ ଭାରତ ୪୦ ହଜାର ଟନ ଡିଜେଲ ପଠାଇବାକୁ ପ୍ରତିଶ୍ରୁତି ଦେଇଛି। ଭାରତୀୟ ତୈଳ ନିଗମ ଆଗମୀ କିଛି ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବ। ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱ ବଜାରରେ ଇନ୍ଧନର ମୂଲ୍ୟ ବୃଦ୍ଧି ହେବା ସହ ଶ୍ରୀଲଙ୍କା ଜଟିଳ ସଙ୍କଟର ସମ୍ମୁଖୀନ ହୋଇଛି।

Share