ପ୍ୟାରିସସ୍ଥିତ ଦୂତାବାସରେ ଡିଆରଡିଓର ବୈଷେୟିକ କାର୍ଯ୍ୟାଳୟ ସ୍ଥାପନ କରିବ ଭାରତ

ପ୍ୟାରିସ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ ହୋଇଛି ଏବଂ ବର୍ତ୍ତମାନ ସେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚିଛନ୍ତି। ଏହି ସମୟରେ, ଭାରତ ଏବଂ ଫ୍ରାନ୍ସ ମିଳିତ ବିବୃତ୍ତି ଜାରି କରି ସୂଚନା ଦେଇଛନ୍ତି ଯେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ପ୍ୟାରିସସ୍ଥିତ ଭାରତୀୟ ଦୂତାବାସରେ ଏକ ବୈଷେୟିକ କାର୍ଯ୍ୟାଳୟ ସ୍ଥାପନ କରିବ।

ଏକ ବୟାନରେ କୁହାଯାଇଛି ଯେ, ଆତ୍ମନିର୍ଭରଶୀଳ ପ୍ରତିରକ୍ଷା ଶିଳ୍ପ ଏବଂ ବୈଷେୟିକ ଭିତ୍ତିଭୂମି ନିର୍ମାଣରେ ଫ୍ରାନ୍ସ ହେଉଛି ଭାରତର ଅନ୍ୟତମ ପ୍ରମୁଖ ଅଂଶୀଦାର। ଅତ୍ୟାଧୁନିକ ପ୍ରତିରକ୍ଷା ପ୍ରଯୁକ୍ତିର ସହ-ବିକାଶ ଏବଂ ସହ-ଉତ୍ପାଦନ ହେଉଛି ଭାରତ ଏବଂ ଫ୍ରାନ୍ସର ମିଳିତ ପ୍ରତିବଦ୍ଧତା। ଏଥିପାଇଁ ଉଭୟ ଦେଶ ପ୍ରତିରକ୍ଷା ଶିଳ୍ପ ସହଯୋଗ ଉପରେ ରୋଡମ୍ୟାପ ଗ୍ରହଣ କରିବା ଦିଗରେ କାର୍ଯ୍ୟ କରୁଛନ୍ତି।

Share