Categories: ଖେଳ

ତୃତୀୟ ଥର ପାଇଁ ଭାରତ ନେବ ବିଶ୍ୱକପ: ଅଷ୍ଟ୍ରେଲିଆର ଭବିଷ୍ୟବାଣୀ…

ଅହମଦାବାଦ ,୧୮।୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁଥିବା ବିଶ୍ୱକପ ୨୦୨୩ ର ଅନ୍ତିମ ମ୍ୟାଚ ୧୯ ନଭେମ୍ବରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ମହାନ ମ୍ୟାଚ ପୂର୍ବରୁ ବିଶ୍ୱ ଚାମ୍ପିୟନଙ୍କ ନାମକୁ ନେଇ ଅନେକ ଭବିଷ୍ୟବାଣୀ ପ୍ରକାଶ ପାଇଛି। ଏହା ଉପରେ ଭାରତୀୟ ଜ୍ୟୋତିଷମାନେ କହଛନ୍ତି ଟିମ ଇଣ୍ଡିଆ ଚାମ୍ପିୟନ ହେବ। କିନ୍ତୁ ବର୍ତ୍ତମାନ ଏହିପରି ଦୁଇଟି ଭବିଷ୍ୟବାଣୀ ଅଷ୍ଟ୍ରେଲିଆରୁ ଆସିଛି ଯେଉଁଥିରେ ଭାରତ ତୃତୀୟ ଥର ପାଇଁ ବିଶ୍ୱ ଚାମ୍ପିଅନ ହେବ ବୋଲି କୁହାଯାଉଛି।

ହରଭଜନ ସିଂ, ସୁରେଶ ରାଇନା, ଗୌତମ ଗମ୍ଭୀର, ସୌରଭ ଗାଙ୍ଗୁଲି ଏବଂ ଇରଫାନ ପଠାନଙ୍କ ପରି ବହୁ ପୂର୍ବତନ ଭାରତୀୟ କ୍ରିକେଟର ଟିମ ଇଣ୍ଡିଆ ଚାମ୍ପିୟନ ହେବେ ବୋଲି ପୂର୍ବାନୁମାନ କରିଛନ୍ତି। ଏଥି ସହିତ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆରୋନ ଫିଞ୍ଚ ଏବଂ ଶେନ ୱାଟସନ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି ଭାରତ ବିଶ୍ୱ ଚାମ୍ପିୟନ ହେବ। ଏହାପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ମାଇକେଲ ବେଭାନ ମଧ୍ୟ ଫାଇନାଲ ମ୍ୟାଚ ପାଇଁ ଟିମ ଇଣ୍ଡିଆକୁ ଫେଭରାଇଟ ବୋଲି ବିବେଚନା କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଅଷ୍ଟ୍ରେଲିଆର ଫାଇନାଲ ଜିତିବାର ସମ୍ଭାବନା କମ।

Share