Categories: ଜାତୀୟ

ଶକ୍ତି-ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ବିକାଶଶୀଳ ଦେଶଙ୍କ ସହ କାର୍ଯ୍ୟ କରିବ ଭାରତ: ଜୟଶଙ୍କର

ପାନାମା ସିଟି,୨୬।୪ : ଶକ୍ତି ଏବଂ ଖାଦ୍ୟ ନିରାପତ୍ତା ହେଉଛି ଦୁଇଟି ବଡ଼ ଆହ୍ବାନ। ବିକାଶଶୀଳ ଦେଶଗୁଡିକ ବର୍ତ୍ତମାନ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା ଉପରେ ଭାରତୀୟ ବହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଆଗାମୀ ଦିନରେ ଭାରତ ସେହି ଦେଶମାନଙ୍କ ସହ ମିଳିତ ଭାବେ ଶକ୍ତି ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ କାର୍ଯ୍ୟ କରିବ।

ଏହା ବ୍ୟତୀତ ଖାଦ୍ୟ ଏବଂ ଶକ୍ତି ବିକାଶ, ବାଣିଜ୍ୟ, ପୁଞ୍ଜି ବିନିଯୋଗ, ନିଯୁକ୍ତି, ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ମଧ୍ୟ ଭାରତ ଅନ୍ତର୍ଭୁକ୍ତ ହୋଇଛି।

ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଭାରତ ବାଜରା, ମାଣ୍ଡିଆ ଆଦି ଉତ୍ପାଦନ କରୁଛି। ଏସବୁ ମିଲେଟ ଜାତୀୟ ଶସ୍ୟ କେବଳ ଖାଦ୍ୟ ସୁରକ୍ଷା ପାଇଁ ନୁହେଁ, ପୁଷ୍ଟିକର ସୁରକ୍ଷା ପାଇଁ ମଧ୍ୟ ଆବଶ୍ୟକ। ଏଥିରୁ ଆବଶ୍ୟକ ଲୌହ, ଭିଟାମିନ ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟସ ମିଳିଥାଏ ।

ମିଲେଟ ବହୁ ଶତାବ୍ଦୀ ଧରି ଭାରତୀୟ ସଂସ୍କୃତିର ଏକ ଅଂଶ ହୋଇଆସୁଛି। ଯଦି ଆମେ ଏହାକୁ ବ୍ୟବହାର କରିବା ଆରମ୍ଭ କରିବା ତେବେ ନିଶ୍ଚିତ ଭାବରେ ଏହା ବିଶ୍ୱକୁ ଉନ୍ନତ ସେବା ପ୍ରଦାନ କରିବ। ୨୦୨୩ ଭାରତ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଚଳିତ ବର୍ଷ ଦେଶ ମଧ୍ୟ ଜି-୨୦ ର ଅଧ୍ୟକ୍ଷତା ପାଇଛି। ଆମର ଜି-୨୦ ର ନୀତି ହେଉଛି ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ।

Share