Categories: ଜାତୀୟ

ଟୁଇଟର ବିରୋଧରେ ପାତର ଅନ୍ତର ଅଭିଯୋଗ ଆଣିଲା ଭାରତ

ନୂଆଦିଲ୍ଲୀ,୧୧।୨: ଭାରତ ସରକାର ଏବଂ ଟୁଇଟର ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଟୁଇଟର ପାତର ଅନ୍ତର କରୁଥିବା ଅଭିଯୋଗ ସରକାରଙ୍କ ପକ୍ଷରୁ କରାଯାଇଛି। ଜାନୁୟାରୀ ୨୬ରେ ଦିଲ୍ଲୀରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ହୋଇଥିବା ଟ୍ରାକ୍ଟର ରାଲି ହିଂସା ପରେ ଭାରତ ସରକାର କେତେକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବା ଲାଗି ଅନୁରୋଧ କରିଥିଲେ। ଏସବୁ ଟୁଇଟର ଆକାଉଣ୍ଟ ଦ୍ୱାରା ଦେଶରେ ଆଶାନ୍ତି ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର କରାଯାଇ ବିଭିନ୍ନ ଅପତ୍ତି ଜନକ କଣ୍ଟେଟ୍‌ ଅପଲୋଡ୍‌ କରାଯାଉଥିବା ଭାରତ ସରକାର କହିଥିଲେ। ତେବେ କେବଳ ୨୫୭ ଆକାଉଣ୍ଟକୁ ବନ୍ଦ କରିବା ପରେ ଟୁଇଟର ଅନ୍ୟ ଆକାଉଣ୍ଟକୁ କରିବା ପାଇଁ ଅମଙ୍ଗ ହୋଇଥିଲା। ଏହା ଦ୍ୱାରା ବାକ୍‌ ସ୍ବାଧୀନତାର ଉଲ୍ଲଂଘନ ହେଉଥିବା ଟୁଇଟର କହିଥିଲା। ଆମେରିକା କ୍ୟାପିଟୋଲ ହିଲ୍‌ ହିଂସା ପରେ ଟୁଇଟର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମେତ ଅନ୍ୟ ଆକାଉଣ୍ଟଗୁଡ଼ିକ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଇଥିଲା। ମାତ୍ର ଦିଲ୍ଲୀ ହିଂସାରେ ଭାରତ ସରକାରଙ୍କ ଅନୁରୋଧ ପାଳନ କ୍ଷେତ୍ରରେ ଟୁଇଟର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି।

Share