Categories: ଖେଳ

ବାରବାଟୀରେ ୧୪୮ ରନ୍‌ରେ ଅଟକିଲା ଭାରତ

କଟକ ଅଫିସ,୧୨।୬: ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୪୮ ରନ୍‌ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ଆଗରେ୧୪୯ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଭାରତ।

ଭାରତର ଓପନିଂ ବ୍ୟାଟର ଇଶାନ କିଷନ ଏବଂ ଋତୁରାଜ ଗାଇକକ୍ବାଡ ବ୍ୟାଟିଂ ଆରମ୍ଭ କରିଥିଲେ। ହେଲେ ପ୍ରଥମ ଓଭରରେ ଋତୁରାଜ ଗାଇକକ୍ବାଡ ୧ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ସେହିପରି ଇଶାନ କିଷନ ୩୪ ରନ୍‌ (୨ ଚଉକା, ୩ ଛକା ) ଦ୍ୱିତୀୟ ଉଇକେଟ ଭାବେ ଆଉଟ ହୋଇଥିଲେ। ଶେୟସ୍‌ ଆୟର କିଛି ସମୟ ଧର୍ଯ୍ୟର ସହ ବ୍ୟାଟିଂ କରି ୪୦ ରନ୍‌ (୨ ଚଉକା ଏବଂ ୨ଉକା) କରିଥିଲେ। ଅଧିନାୟକ ଋଷଭ ପନ୍ତ ୫ରନ୍‌ କରିଥିବା ବେଳେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୯ ରନ୍‌ (୧ ଚଉକା) କରିବାରେ ସକ୍ଷମ ହୋଇଥିଲେ। ଏଭଳି ସ୍ଥିତିରେ ଭାରତ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହେଲେ ମ୍ୟାଚର ଶେଷ ବେଳକୁ ଦୀନେଶ କାର୍ତ୍ତିକ ୨୧ ବଲ୍‌ରେ ୩୦ରନ୍‌(୨ ଚଉକା ଏବଂ ୨ଛକା) ଏବଂ ହର୍ଷଲ ପଟେଲ ୧୨ ରନ୍‌ (୨ ଚଉକା) କରି ଅପରାଜିତ ରହିଥିଲେ। ଫଳରେ ଭାରତ ଦକ୍ଷିଣ ଆଫ୍ରିକାର ଆଗରେ ୧୪୯ ରନ୍‌ର ଟାର୍ଗେଟ୍‌ ରଖିଛି।

Share