Categories: ଖେଳ

ଦକ୍ଷିଣ ଆଫ୍ରିକାର ଆଗରେ ୨୧୨ ରନ୍‌ର ଟାର୍ଗେଟ୍‌

ନୂଆଦିଲ୍ଲୀ,୯।୬: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ ଗୁରୁବାର ଆରମ୍ଭ ହୋଇଯାଇଛି। ଅରୁଣ ଜେଟ୍‌ଲି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ସିରିଜ୍‌ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୨୧୧ ରନ୍‌ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୨୧୨ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଭାରତ।

ଭାରତର ଓପନିଂ ବ୍ୟାଟର ଇଶାନ କିଷନ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଇଶାନ ୪୮ଟି ବଲ୍‌ରେ ୭୬ ରନ୍‌ର(୩ ଛକା ଏବଂ ୧୧ଚଉକା) ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ସେହିପରି ଋତୁରାଜ ଗାଇକକ୍ବାଡ ୨୩ ରନ୍‌(୩ ଛକା) କରିଥିବା ବେଳେ ଶ୍ରେୟସ ଆୟର ୩୬ ରନ୍‌(୩ ଛକା ଏବଂ ୧ ଚଉକା) କରିଥିଲେ। ଅଧିନାୟକ ଋଷଭ ପନ୍ତ ୨୯ରନ୍‌ (୨ ଛକା ଏବଂ ୨ ଚଉକା) ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୩୧ ରନ୍‌ର(୩ ଛକା ଏବଂ ୨ ଚଉକା) ଦମ୍‌ଦାର ଇନିଂସ ବଳରେ ଭାରତ ୨୧୧ ରନ୍‌ କରିବାରେ ସଫଳ ହୋଇଥିଲା।

Share