ଚମକାଇଲା ଓପିନିୟନ ପୋଲ, ଓଡିଶାରୁ ଭାଜପାକୁ ଏତେ ସିଟ୍‌!

ନୂଆଦିଲ୍ଲୀ,୬।୫: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଆଉ କିଛିଟା ଦିନ ପରେ ଘୋଷଣା ହେବ Election 2024 ତାରିଖ। ତେବେ ଆସନ୍ତା ସାଧାରଣ ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଏନଡିଏକୁ ବିପୁଳ ବିଜୟ ମିଳିପାରେ । ଏନେଇ ଏକ ସର୍ଭେରେ ଚମକାଇଦେଲା ଭଳି ରିପୋର୍ଟ ସାମ୍ନାକୁ ଆସିଛି। ଏନଡିଏକୁ ମୋଟ ୩୭୮ଟି ଆସନ ମିଳିବାର ସମ୍ଭାବନା ରହିଛି । ତା ମଧ୍ୟରୁ କେବଳ ଭାଜପାକୁ ୩୩୫ଟି ଆସନ ମିଳିପାରେ । ଅନ୍ୟପକ୍ଷରେ ଇଣ୍ଡିଆ ମେଣ୍ଟକୁ ୯୮ଟି ଆସନ ମିଳିବାର ସମ୍ଭାବନା ଅଛି ଜଣାପଡିଛି। ଏହା ମଧ୍ୟରୁ କଂଗ୍ରେସକୁ ୩୭ଟି ଆସନ ମିଳିବାର ଓ ଅନ୍ୟ ଦଳଙ୍କୁ ୬୭ଟି ଆସନ ମିଳିପାରେ । ଏକଥା ଆମେ ନୁହେଁ ଇଣ୍ଡିଆ ଟିଭି-ସିଏନଏକ୍ସ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡିଛି। ।

ସେହିପରି ଓଡ଼ିଶାର ୨୧ଟି ଆସନର ମଧ୍ୟ ଜନମତ ପ୍ରକାଶ ପାଇଛି। ଇଣ୍ଡିଆ ଟିଭି-ସିଏନଏକ୍ସର ଓପିନିୟନ ପୋଲ ଅନୁଯାୟୀ, ଓଡ଼ିଶାର ୨୧ଟି ଆସନରୁ ବିଜେଡି ୧୧ଟି ଓ ଭାଜପା ୧୦ଟି ଆସନରେ ବିଜୟୀ ହୋଇପାରେ।

Share