ଭାରତ-ୟୁଏଇ କାରବାର ଛୁଇଁବ ୧୦୦ ବିଲିୟନ ଡଲାର: ମୋଦି…

ଦୁବାଇ,୧୫।୭ : ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ପହଞ୍ଚି ସେଠାରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଶନିବାର ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିନଙ୍କ ସହ ଆଲୋଚନା କରିଛନ୍ତି। ୟୁଏଇର ରାଷ୍ଟ୍ରପତି ଭବନରେ କାସର-ଅଲ-ୱାଟନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏଠାରେ ୟୁଏଇର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଥିଲେ।

ୟୁଏଇର ରାଷ୍ଟ୍ରପତି ମହମ୍ମଦ ବିନ ଜାଏଦ ଅଲ ନାହାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦସ୍‌ିଙ୍କ ଉପସ୍ଥିତିରେ ଭାରତ ଏବଂ ୟୁଏଇ ମଧ୍ୟରେ ଏମଓୟୁ ବିନିମୟ ହୋଇଥିଲା। ଏହି ଅବସରରେ ମୋଦି କହିଛନ୍ତି ଭାରତ ଏବଂ ୟୁଏଇ ମଧ୍ୟରେ ବାଣିଜି୍ୟକ କାରବାର ୮୫ ବିଲିୟନ ଡଲାରରୁ ୧୦୦ ବିଲିୟନ ଡଲାରରେ ପହଞ୍ଚାଇବା ଆମର ଲକ୍ଷ୍ୟ। ଦୁଇ ଦେଶ ଏନେଇ ସକାରାତ୍ମକ ଭାବେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।

Share