Categories: ବାଣିଜ୍ୟ

୬ରୁ ଭାରତ-ବ୍ରିଟେନ ବିମାନ ସେବା

ନୂଆଦିଲ୍ଲୀ,୪।୧: ଚଳିତ ମାସ ୬ ତାରିଖରୁ ଭାରତ ଏବଂ ବ୍ରିଟେନ ମଧ୍ୟରେ ବିମାନ ସେବା ପୁଣିଥରେ ଶୁଭାରମ୍ଭ ହେବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ରବିବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେହିଭଳି ଚଳିତ ମାସ ୮ରୁ ବ୍ରିଟେନ- ଭାରତ ବିମାନ ସେବା ଉପଲବ୍ଧ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ସପ୍ତାହରେ ୩୦ଟି ବିମାନ ଚାଲିବ। ଭାରତ ଏବଂ ବ୍ରିଟେନ ପଟୁ ୧୫ ଲେଖାଏ ବିମାନ ପରିଚାଳିତ କରାଯିବ। ଏହି ବିମାନ ଚଳାଚଳ ସୀମା ଜାନୁୟାରୀ ୨୩ ଯାଏ ବୈଧ ରହିବ। ସ୍ଥିତି ଉପରେ ତର୍ଜମା କରିବା ପରେ ଆଗକୁ ଅଧିକ ବିମାନ ଚଳାଚଳ କରାଯିବ କି ନାହିଁ ସେ ଉପରେ ଧ୍ୟାନ ରଖାଯିବ। ଜାନୁୟାରୀ ୮ରୁ ବିମାନ ସେବା ଆରମ୍ଭ ହେବା ସମ୍ପର୍କରେ ପୁରୀ ପୂର୍ବରୁ କହିଥିଲେ। କରୋନା ଭାଇରସର ନୂଆ ଲହର ବ୍ରିଟେନରେ ଦେଖାଯିବା ଯୋଗୁ ଡିସେମ୍ବର ୨୩ରୁ ଜାନୁୟାରୀ ୭ ମଧ୍ୟରେ ଭାରତ ଓ ବ୍ରିଟେନ ମଧ୍ୟରେ ବିମାନ ଚଳାଚଳରେ କଟକଣା ଲାଗିଛି।

Share