ଆମେରିକା ସହିତ ଭାରତର ଜେଟ୍‌ ଇଞ୍ଜିନ ଡିଲ୍‌କୁ ନେଇ ଚିନ୍ତାରେ ଚାଇନା

ଓ୍ବାଶିଂଟନ,୨୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏକ ବଡ଼ ଘୋଷଣା କରାଯାଇଥିଲା। ଯେଉଁଥିରେ ଆମେରିକୀୟ କମ୍ପାନୀ ଜିଓ ଏରୋସ୍ପେସ ହିନ୍ଦୁସ୍ତାନ ଏରୋନେଟିକାଲ ଲିମିଟେଡ (ହଲ) ସହଯୋଗରେ ଭାରତରେ ଯୁଦ୍ଧ ବିମାନ ଇଞ୍ଜିନ ତିଆରି କରିବ। ଏହି ଚୁକ୍ତି ଅନୁଯାୟୀ ଭାରତରେ ଏଫ୍‌ ୪୧୪ ଜେଟ୍‌ ଇଞ୍ଜିନ ଉତ୍ପାଦନ ହେବ । ଏହି ଚୁକ୍ତି ପରେ ଚାଇନା ଚିନ୍ତାରେ ଥିବା ଜଣାପଡିଛି। ଚାଇନା ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ଭାରତ ଏବଂ ଆମେରିକା ମଧ୍ୟରେ ବଢୁଥିବା ନିକଟତରତା ବିଷୟରେ ମଧ୍ୟ ଲେଖାଯାଇଛି, ଯେଉଁଥିରେ ଭାରତକୁ ଆମେରିକାଠାରୁ ଦୂରରେ ରହିବାକୁ ଚେତାବନୀ ଦିଆଯାଇଛି।

ହିନ୍ଦୁସ୍ତାନ ଟାଇମ୍ସ ବୈଦେଶିକ ବିଭାଗର ଜଣେ ପୂର୍ବତନ ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛି ଯେ, ଭାରତ ଏବଂ ଆମେରିକା ମଧ୍ୟରେ ବଢୁଥିବା ସମ୍ପର୍କର ଚାଇନା ସହିତ କୌଣସି ସମ୍ପର୍କ ନାହିଁ, କିନ୍ତୁ ବେଜିଂ ଦର୍ଶାଇବାକୁ ଚେଷ୍ଟା କରୁଛି ଯେ ବିଶ୍ୱର ଦୁଇ ବୃହତ ଗଣତାନ୍ତ୍ରିକ ମଧ୍ୟରେ ସମ୍ପର୍କ ସୀମାପାର ପଡୋଶୀ ଦେଶକୁ ଟାର୍ଗେଟ କରିବା ପାଇଁ ନିର୍ମିତ ହୋଇଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୧୯୯୦ ରେ ଆମେରିକା ସହିତ ଭାରତ ଅର୍ଥନୈତିକ ସୁଧାର କରିଥିଲା ଏବଂ ଗତ ଦୁଇ ଦଶନ୍ଧି ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ପରେ ବର୍ତ୍ତମାନ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ଦିଗରେ ପଦକ୍ଷେପ ନେଇଛି।

Share