ପୃଥିବୀର ଭବିଷ୍ୟତ ପାଇଁ ଭାରତ-ଆମେରିକା ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ,୨୭।୪ : ଭାରତରେ ନୂତନ ଭାବେ ନିଯୁକ୍ତ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟି କହିଛନ୍ତି ପୃଥିବୀର ଭବିଷ୍ୟତ ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉଭୟ ଦେଶ ଅନେକ ପ୍ରସଙ୍ଗରେ ଏକାଠି କାମ କରୁଛନ୍ତି ଏବଂ ଏହା ପୂର୍ବରୁ କେବେ ହୋଇ ନ ଥିଲା। ଆମେରିକାର ସଂସଦର ଇଣ୍ଡିଆ କୋକସର ଉପାଧ୍ୟକ୍ଷ ରୋ ଖାନ୍ନା ଏବଂ ମାଇକେଲ ୱାଲ୍ଟଜଙ୍କ ଦ୍ୱାରା ଆମେରିକାର ଭାରତ ସମ୍ମିଳନୀ ଆୟୋଜିତ ହୋଇଥିଲା। ମୂଳ ଭାରତୀୟ ଆମେରିକୀୟ ନାଗରିକମାନଙ୍କୁ ସମ୍ବୋଧିତ କରିବାବେଳେ ଏରିକ ଗାର୍ସେଟିଏହି କଥା କହିଥିଲେ।

ଏରିକ ଗାର୍ସେଟି ତାଙ୍କ ସମ୍ବୋଧନରେ କହିଛନ୍ତି, ଦୁନିଆରେ ଏପରି କିଛି ସମ୍ପର୍କ ଅଛି, ଯାହା ଭାରତ ଏବଂ ଆମେରିକା ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଭାରତ ଏବଂ ଆମେରିକା ଅପରିହାର୍ଯ୍ୟ ସହଯୋଗୀ।

ଗାର୍ସେଟି କହିଛନ୍ତି, ଆମେ ବିଶ୍ୱର ଅଗ୍ରଣୀ ଗଣତନ୍ତ୍ର। ଆମେ ବିଶ୍ୱର ବୃହତ୍ତମ ଏବଂ ପଞ୍ଚମ ବୃହତ୍ତମ ଅର୍ଥନୀତି। ଆମେ ଉଭୟ ଦେଶର ଲୋକମାନଙ୍କ ଦ୍ୱାରା ମିଳିତ ହୋଇ ଏକବିଂଶ ଶତାବ୍ଦୀକୁ ଏକତ୍ର ନିର୍ଦ୍ଦେଶ ଦେଇପାରିବା।

Share