ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସେପ୍ଟେମ୍ବରରେ ଭାରତ ଆସିବାକୁ ନେଇ ଉତ୍ସାହିତ ଅଛନ୍ତି। ଦକ୍ଷିଣ ଓ ମଧ୍ୟ ଏସିଆ ପାଇଁ ତାଙ୍କ ପ୍ର୍ରଶାସନର ଜଣେ ବ୍ୟକ୍ତି କହିଛନ୍ତି କି ୨୦୨୪ ଭାରତ-ଆମେରିକା ସମ୍ପର୍କରେ ଏକ ବଡ ବର୍ଷ ହେବାକୁ ଯାଉଛି।
ଦକ୍ଷିଣ ଓ ମଧ୍ୟ ଏସିଆର ସହାୟକ ବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ ଗୁରୁବାର ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି କି ଜି-୨୦ରେ ଭାରତର ନେତୃତ୍ୱ ବିଶ୍ୱରେ ଉଚ୍ଚ ଶକ୍ତି ଭାବରେ ଠିଆ ହେବାର କ୍ଷମତାକୁ ଆହୁରି ବିସ୍ତାର କରିଛି। ଏହା ଏକ ବଡ ବର୍ଷ ହେବାକୁ ଯାଉଛି ବୋଲି ସେ କହିଛନ୍ତି। ଅବଶ୍ୟ ଭାରତ ଜି-୨୦ର ଆୟୋଜନ କରୁଛି।
ଲୁ କହିଛନ୍ତି, କି ଆମ ରାଷ୍ଟ୍ରପତି ସେପ୍ଟେମ୍ବରରେ ଭାରତ ଯିବାକୁ ଉତ୍ସାହିତ ଅଛନ୍ତି। ଜି-୨୦ ଲିଡର୍ସ ସମିଟର ଅଂଶ ଭାବେ ଏହା ତାଙ୍କର ପ୍ରଥମ ଭାରତ ଯାତ୍ରା ହେବ। ଆଗାମି କିଛି ମାସରେ କ’ଣ ଆସିବ ତାକୁ ନେଇ ଆମେ ଉତ୍ସାହିତ ଅଛୁ।