‘ଭାରତ-ଆମେରିକା ସହ ସମ୍ପର୍କ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ’

ଓ୍ବାଶିଂଟନ୍‌,୨୦।୭: ଭାରତ ଏବଂ ଆମେରିକା ସମ୍ପର୍କ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି ବୋଲି ଆମେରିକା କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତର ଏକ ମାସ ପରେ ହ୍ବାଇଟ ହାଉସର ପ୍ରେସ ସଚିବ କ୍ୟାରିନ୍‌ ଜିନ୍‌ ପିଆର କହିଛନ୍ତି, ଗତ ମାସର ଗସ୍ତ ଅତ୍ୟନ୍ତ ସଫଳ ଏବଂ ଗୁରୁତ୍ୱପୂର୍ଣ୍ଣ ଥିଲା। ଭାରତ ସହିତ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ। ଆମେ ଅନେକ ପ୍ରମୁଖ ଲକ୍ଷ୍ୟ ଘୋଷଣା କରିଛୁ, ଯାହା ମଧ୍ୟରୁ କେତେକ ଉପରେ କାର୍ଯ୍ୟ କରାଯାଉଛି। ଆମର ଦୀର୍ଘସ୍ଥାୟୀ ଭବିଷ୍ୟତ ଏବଂ ଭାରତ ସହ ସମ୍ପର୍କ ଥିବାରୁ ଆମେ ବହୁତ ଆଶାବାଦୀ ଅଟୁ।
ସୂଚନାଯୋଗ୍ୟ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାସ ୨୧ ରୁ ୨୪ଜୁନ ମଧ୍ୟରେ ଆମେରିକା ଗସ୍ତରେ ଆସିଥିଲେ। ଏହି ସମୟରେ ସେ ମିଳିତ ଜାତିସଂଘ ମୁଖ୍ୟାଳୟରେ ଏକ ସ୍ବତନ୍ତ୍ର ଯୋଗ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ହ୍ବାଇଟହାଉସରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା।

Share