ଓ୍ବାଶିଂଟନ,୧୯।୨ : ଆମେରିକାର ପ୍ରତିନିଧିସଭାର ବାଚସ୍ପତି କେଭିନ ମ୍ୟାକ୍ୱାର୍ଥି କାଲିଫର୍ଣ୍ଣିଆ ସିଟିରେ ଭାରତୀୟ-ଆମେରିକୀୟ ଦମ୍ପତିଙ୍କ ଦ୍ୱାରା ଆୟୋଜିତ ଏକ ସ୍ବାଗତ ଉତ୍ସବରେ ଭାରତର ରାଷ୍ଟ୍ରଦୂତ ତରନଜିତ ସିଂ ସାନ୍ଧୁଙ୍କୁ ସାକ୍ଷାତ କରିଛନ୍ତି।
ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ସୁଦୃଢ଼ ହେବ ବୋଲି କେଭିନ କହିଛନ୍ତି। ବିଦେଶୀ ଭାରତୀୟ ସମ୍ପ୍ରଦାୟର ସଦସ୍ୟ ନକ୍ଷତ୍ର ଏବଂ ସୁଜନ ଚାନ୍ଦି ଇଣ୍ଡିଆନ ୱେଲ୍ସ ସହରରେ ଏହି ଉତ୍ସବର ଆୟୋଜନ କରିଥିଲେ।
ଫେଡେରାଲ ଏବଂ ଉପ-ଜାତୀୟ ସ୍ତରରେ ନିର୍ବାଚିତ ପ୍ରତିନିଧୀ ତଥା ଅମଲାତନ୍ତ୍ରଙ୍କ ପାଇଁ ଦୂତାବାସର ଜାରି ଦ୍ୱିପାକ୍ଷିକ ଯୋଗାଯୋଗର ଏକ ଅଂଶ ଥିବା ଏହି କାର୍ଯ୍ୟକ୍ରମରେ ଆମେରିକାର ଅନେକ ସାଂସଦଙ୍କ ସମେତ ୫୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ।
ତାଙ୍କ ବକ୍ତବ୍ୟରେ କେଭିନ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ସେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି।
ତାଙ୍କ ମନ୍ତବ୍ୟରେ ସାନ୍ଧୁ ଗତ ୭୫ ବର୍ଷ ମଧ୍ୟରେ ଭାରତରେ ରାଜନୀତି ଏବଂ ଅର୍ଥନୀତି ସମେତ ଡିଜିଟାଲ ପରିବର୍ତ୍ତନ ତଥା ସ୍ବଚ୍ଛ ଶକ୍ତି ସହିତ ବିଭିନ୍ନ ବିକାଶ ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଏଥିରେ ଆମେରିକା ସହଭାଗୀତାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।