ଶନିବାର ଭାରତ-ଆମେରିକା ମଧ୍ୟରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୫।୮: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଭାଗିଦାରୀ ବୃଦ୍ଧି ଏବଂ ବାଣିଜ୍ୟ ସହ ଜଡିତ ବଝାମଣା ସମସ୍ୟାର ସମାଧାନ ପାଇଁ ଅଗଷ୍ଟ ୨୬ ଅର୍ଥାତ୍‌ ଶନିବାର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ। ଏନେଇ ଦୁଇଜଣ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆମେରିକାର ବାଣିଜ୍ୟ ପ୍ରତିନିଧୀ କ୍ୟାଥରିନ ତାଇ ଅଗଷ୍ଟ ୨୩-୨୫ ଯାଏ ଜି -୨୦ ବାଣିଜ୍ୟ ଏବଂ ବିନିଯୋଗ ମନ୍ତ୍ରୀ ବୈଠକରେ ଯୋଗଦେବା ପାଇଁ ଜୟପୁରରେ ଅଛନ୍ତି। ଆସନ୍ତାକାଲି ଅର୍ଥାତ୍‌ ଶନିବାର ଦିନ ସେ ଦିଲ୍ଲୀରେ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ।

ଶନିବାର ଦିଲ୍ଲୀରେ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ମନ୍ତ୍ରୀସ୍ତରୀୟ ବୈଠକରେ ଦ୍ୱିପାକ୍ଷିକ ସରକାରୀ କ୍ରୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ଯୋଗାଣ ଶୃଙ୍ଖଳା ଉପରେ ସହଯୋଗ ଉପରେ ଚର୍ଚ୍ଚା ହୋଇପାରେ। ଭାରତ ଦ୍ୱାରା ଲାପଟପ, ବ୍ୟକ୍ତିଗତ କମ୍ପ୍ୟୁଟର ଆମଦାନୀ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।

Share