ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ବିପଦକୁ ମିଳିମିଶି ମୁକାବିଲା କରିବେ ଭାରତ-ଆମେରିକା, ବାରମ୍ବାର ମୋଦି ଉଠାଇଥିଲେ ଏହି ପ୍ରସଙ୍ଗ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବୈଜ୍ଞାନିକ ଉପଦେଷ୍ଟା ବା ପରାମର୍ଶଦାତା ଭାରତୀୟ ଭୂଳ ବାସିନ୍ଦା ଆରତୀ ପ୍ରଭାକର କହିଛନ୍ତି ଯେ ଆମେରିକା ଏବଂ ଭାରତ ଭଳି ସମାନ ଚିନ୍ତାଧାରାର ଦେଶ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଏକାଠି କାମ କରିବା ଆବଶ୍ୟକ। ସୂଚନାଯୋଗ୍ୟ ଯେ ଆମେରିକା ସରକାର, ଟେକନିକର ବଡ ବଡ କମ୍ପାନୀଙ୍କ ସହ ମିଶି ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ଏଆଇ ଟେକ୍ନୋଲୋଜିର ଅପବ୍ୟବହାର ନ ହେଉ। ଏଥିପାଇଁ ଶୁକ୍ରବାର ବୈଷୟିକ କମ୍ପାନୀମାନେ ଏକାଠି ହୋଇଥିଲେ ଏବଂ ସେମାନେ ସରକାରଙ୍କ ସହ ଆଲୋଚନା କରିଥିଲେ।

ଏହି ସମୟରେ ଆରତି ପ୍ରଭାକର କହିଛନ୍ତି ଯେ ଏହା ବିଶ୍ୱ ଟେକନିକର ସମୟ ଓ ଟେକନିକ ଆଜି ସବୁ ସ୍ଥାନରେ ରହିଛି। ସମସ୍ତେ ଏଥିରେ ସାମିଲ ଅଛନ୍ତି ଓ ଟେକନିକ ପ୍ରତ୍ୟେକଙ୍କ ଜୀବନକୁ ପ୍ରଭାବିତ କରୁଛି। ସେଥିପାଇଁ ଆମେ ସୁନିଶ୍ଚିତ କରିବାକୁ ଚାହୁଁଛୁ ଯେ ସମାନ ଚିନ୍ତାଧାରାର ଦେଶ ଯେଉଁଥିରେ ଭାରତ ବି ସାମିଲ ଅଛି, ଏହାସହ ମିଶି ଏଆଇ ଟେକନିକ କ୍ଷେତ୍ରରେ କାମ କରାଯାଉ। ସେ ଆହୁରି ମଧ୍ୟ କହିଛନ୍ତି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଏଆଇ ଟେକନିକକୁ ନେଇ ଚର୍ଚ୍ଚା ବି ହୋଇଥିଲା।

Share