ଭାରତ ବିଭିଷିକାର ସ୍ମୃତି ଦିବସ ପାଳିଲା ଭାରତ ବିକାଶ ପରିଷଦ

ସୁନ୍ଦରଗଡ଼,୧୫।୮(ଜୟ ନାରାୟଣ ମେଣ୍ଡୁଳି): ୧୯୪୭ ମସିହା ଅଗଷ୍ଟ ୧୪ରେ ଦେଶ ବିଭାଜନ ହୋଇଥିଲା। ବିଭାଜନ ସମୟରେ ହିଂସାରେ ୧୦ଲକ୍ଷରୁ ଉର୍ଦ୍ଧ ନିର୍ଦ୍ଦୋଷ ଲୋକ ମୃତ୍ୟୁବରଣ କରିଥିବା ବେଳେ କୋଟି କୋଟି ଲୋକ ଭିଟାମାଟି ଛାଡି ଶରଣାର୍ଥୀ ହୋଇଥିଲେ। ଆଜିର ବିଭାଜନ ବିଭିଷିକା ସ୍ମୁତି ଦିବସ ଆମକୁ କେବଳ ଭେଦଭାବ, ଶତ୍ରୁତା ଏବଂ ଅନିଚ୍ଛାର ବିଷ ଦୂର କରିବାକୁ ମନେ ପକାଇବ ତାହା ନୁହେଁ ବରଂ ଏହା ଏକତା, ସୌହାର୍ଦ୍ଧ୍ୟକୁ ମଧ୍ୟ ଦୃଢ଼ କରିବ ବୋଲି ଜିଲା ସଂସ୍କୃତି ଭବନରେ ଭାରତ ବିଭିଷିକା ସ୍ମୁତି ଦିବସରେ ଅତିଥିମାନେ ମତ ଦେଇଥିଲେ।
ଏହାପୂର୍ବରୁ ବ୍ୟାଙ୍କ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ହାତରେ ତ୍ରିରଙ୍ଗା ପତାକା ଓ ମହମବତୀ ଧରି ଡିଆରଡିଏ ଛକ ଦେଇ ସଂସ୍କୃତି ଭବନ ପହଞ୍ଚିବା ପରେ ଅତିଥିମାନେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ, ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ସଭାରେ ମୁଖ୍ୟଅତିଥି ଭାବେ ସରକାରୀ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ, ଡ.ଗୌରୀଶଙ୍କର ପଟେଲ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟିକା କୁସୁମ ଟେଟେ, ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ,ରାଷ୍ଟ୍ରୀୟ ସ୍ବୟଂ ସେବକର ବିଭାଗ କାର୍ଯ୍ୟବାହୀ ରତ୍ନାକର ବେହେରା ଉପସ୍ଥିତ ରହିଥିଲା ବେଳେ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ବିଶ୍ୱଭାରତୀ ସଂଯୋଜକ ଡାକ୍ତର ନାରାୟଣ ପଟେଲ, ଅନ୍ୟମାନଙ୍କ ଭିତରେ ବରିଷ୍ଠ ଭାଜପା ନେତା ରଞ୍ଜନ ପଟେଲ, ପୌର ଅଧକ୍ଷା ତନୟା ମିଶ୍ର, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ପଟେଲ, ହିମାନୀ ପାଢ଼ୀ, ଲତିକା ପଟ୍ଟନାୟକ, ଶୋଭନ ହୋତା, ରାଜା କାକ, ଭାଜପା କାଉନସିଲର ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଡ ବଦଳାଇ ମହିଳାଙ୍କ ଆକାଉଣ୍ଟରୁ ନେଇଗଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ଖଲ୍ଲିକୋଟ,୧୧ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏଟିଏମରୁ ଟଙ୍କା ଉଠାଇବା ବେଳେ ଜଣେ ମହିଳାଙ୍କ ଏଟିଏମ୍‌ କାର୍ଡକୁ କୌଶଳକ୍ରମେ ବଦଳାଇ ଜଣେ ଦୁର୍ବତ୍ତ ଲକ୍ଷାଧିକ...

ବେଶି ନୁହେଁ କେବଳ ଏହି ଗୋଟିଏ  କାରଣ ପାଇଁ  ନବୀନ ଲାଗୁ କଲେନି ଆୟୁଷ୍ମାନ ଭାରତ: ସବୁ ଗୁମର ଖୋଲିଦେଲେ ନଡ୍ଡା

କଟକ,୧୧।୪: ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହୋଇଛି। ଆୟୁଷ୍ମାନ ଭାରତ ସହ ଆୟୁଷ୍ମାନ ବୟୋ ବନ୍ଦନାର ଶୁଭାରମ୍ଭ  କଟକରେ  କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ...

୫ ପଞ୍ଚାୟତରେ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ଯୋଜନା

ପାଟଣା,୧୧।୪(ବୀର କିଶୋର ଦାଶ):ଓଡିଶାବାସୀଙ୍କ ବହୁପ୍ରତୀକ୍ଷିତ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ସାସ୍ଥ୍ୟ କାର୍ଡ ଶୁଭାରମ୍ଭ ହୋଇଛି।...

ଇନ୍ଦିରାଙ୍କୁ ମହାତ୍ମା ଗାନ୍ଧୀଙ୍କଠାରୁ ଅଧିକ ସମ୍ମାନ କରେ, କାରଣ ସେ ବାଲାଂଦେଶ କରିଛନ୍ତି: ଅଭିଜିତ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ ପୁଣି ଥରେ ନିଜର ବୟାନକୁ ନେଇ ଚର୍ଚ୍ଚାରେ। ସଲମାନଙ୍କଠାରୁ ଆରମ୍ଭ କରି ଶାହାରୁଖ ଖାନଙ୍କ ପର୍ଯ୍ୟନ୍ତ ତାଙ୍କ...

ଏକତରଫା ଦାଦାଗିରି ବିରୋଧରେ ଏକତ୍ର ହୁଅ: EUରେ ଅପିଲ୍‌ କଲା ଚାଇନା

ବେଜିଂ,୧୧।୪: ଚାଇନା ୟୁରୋପୀୟ ସଂଘ(EU)କୁ ଆମେରିକାର ‘ଏକତରଫା ଦାଦାଗିରି’ ବିରୋଧରେ ଏକାଠି କାମ କରିବାକୁ ଆହ୍ବାନ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାରୁ ଆସୁଥିବା...

Ayushman Card: ଆୟୁଷ୍ମାନ କାର୍ଡ ପାଇଁ ଅନଲାଇନରେ କେମିତି କରିବେ ଆବେଦନ, କେଉଁମାନଙ୍କୁ ମିଳିବ ଲାଭ

ଭୁବନେଶ୍ୱର,୧୧।୪: ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରୁଛି। ଏହି...

ତହଉରଙ୍କୁ ଭାରତ ଆଣିବା ପାଣି ଭଳି ଖର୍ଚ୍ଚ ହୋଇଛି ଟଙ୍କା: ଜାଣନ୍ତୁ ବିମାନ ଭଡ଼ା ସମେତ ମୋଟ କେତେ ହୋଇଛି ଖର୍ଚ୍ଚ

ମୁମ୍ବାଇ,୧୧।୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣାକୁ ୧୬ ବର୍ଷ ପରେ ଆମେରିକାରୁ ଭାରତକୁ ଫେରାଇ ଅଣାଯାଇଛି। କୋର୍ଟ ତହଉରଙ୍କୁ ୧୮ ଦିନ ପାଇଁ...

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୬ ଦୋକାନ

କୃଷ୍ଣପ୍ରସାଦ,୧୧।୪: ପୁରୀ ଜିଲା କୃଷ୍ଣପ୍ରସାଦ ଜହ୍ନିକୁଦା ଘାଟପେଣ୍ଠରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୬ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image