କାନାଡ଼ାର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରି ବଡ ଭୁଲ କରିଛି ଭାରତ: ଜଷ୍ଟିନ ଟ୍ରୁଡୋ

ନୂଆଦିଲ୍ଲୀ, ୧୬ା୧୦: କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବୁଧବାର ଅଭିଯୋଗ କରିଛନ୍ତି ଯେ, ଭାରତ କାନାଡ଼ାର ସାର୍ବଭୌମତ୍ୱକୁ ଉଲଂଘନ କରି ଏକ ବଡ ଭୁଲ କରିଛି। ଦେଶର ତଦନ୍ତରେ ଭାରତ ହସ୍ତକ୍ଷେ କରିବାକୁ ଚାହୁଁଛି। ଏହାମୃ ମଧ୍ୟରେ ଭାରତରେ ତାଙ୍କ ମାଟିରେ ଅପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ଅଟ୍ଟୋଙ୍କ ନିକଟରେ ହୋଇଥିବା ଅଭିଯୋଗ ପରେ ଟ୍ରୁଡୋ କମିଟି ସମ୍ମୁଖରେ ହାଜର ହୋଇଥିଲେ।

ଟ୍ରୁଡୋ କମିଟି ସମ୍ମୁଖରେ ନିଜର ଦାବିକୁ ଦୋହରାଇଛନ୍ତି ଯେ, ନିଜାର ହତ୍ୟାରେ ଭାରତୀୟ ଏଜେଣ୍ଟମାନେ ସମ୍ପୃକ୍ତ ଥିବା ଏକ ବିଶ୍ୱସନୀୟ ପ୍ରମାଣ ଅଛି।

ଗତ ସେପ୍ଟେମ୍ବରରେ ଖଲୀସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗ କରି କାନାଡାର ଅଟ୍ଟୋରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କୁ ‘ତଦନ୍ତର ପରିସରଭୁକ୍ତ’ କରିବାକୁ କହିବା ପରେ ଦୁଇ ଦେଶ ମଧ୍ୟରେ ତୀବ୍ର ଗତିରେ କୂଟନୈତିକ ସମ୍ପର୍କ ବିଗିଡିଛି।

Share