Categories: ଜାତୀୟ

ଭାରତ ଗ୍ଲୋବାଲ ସାଉଥ୍‌ର ସ୍ବର: ମୋଦି

ନୂଆଦିଲ୍ଲୀ,୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାରତରେ ପହଞ୍ଚିଥିବା ଜି-୨୦ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ହେଉଛି ଗ୍ଲୋବାଲ ସାଉଥର ସ୍ବର। ଏହି ବୈଠକରେ ଏକତା, ଉଦ୍ଦେଶ୍ୟର ଏକତା ଏବଂ କାର୍ଯ୍ୟର ଏକତା ଉପରେ ଗୁରୁତ୍ୱାରୋପ କରାଯାଇଛି। ମୁଁ ଆଶା କରୁଛି ଏହି ବୈଠକ ଠୋସ ଉଦ୍ଦେଶ୍ୟ ହାସଲ କରିବା ପାଇଁ ଏକତ୍ରିତ ହେବାର ଆତ୍ମାକୁ ପ୍ରତିଫଳିତ କରିବ।
ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକ ଆରମ୍ଭ ପୂର୍ବରୁ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଏକ ମିନିଟର ନିରବତା ପାଳନ କରାଯାଇଥିଲା।
ସୂଚନାଯୋଗ୍ୟ, ଗୁରୁବାର ଦିଲ୍ଲୀରେ ଜି-୨୦ର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେଉଛି। ବୈଠକ ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରୀ ଡା. ଏସ ଜୟଶଙ୍କର ଜର୍ମାନୀର ବୈଦେଶିକ ମନ୍ତ୍ରୀ ଅନ୍ନାଲିନା ବାଏବୋକଙ୍କୁ ସ୍ବାଗତ କରିଥିଲେ। ଏହି ବୈଠକରେ ଯୋଗ ଦେବାକୁ ସାଉଦି ଆରବ, ଚାଇନା, ଇଣ୍ଡୋନେସିଆ, ସ୍ପେନ ଏବଂ କ୍ରୋଏସିଆର ବୈଦେଶିକ ମନ୍ତ୍ରୀମାନେ ଭାରତରେ ପହଞ୍ଚିଛନ୍ତି।

Share