Categories: ଖେଳ

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ମୁମ୍ବାଇ,୧୭।୩: ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିଛି। ଏବେ ଉଭୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ମୁହାଁମୁହିଁ ହେବେ। ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାର ଖେଳାଯିବ। ଦୁଇ ଦଳ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ଦିନିକିଆରେ ରୋହିତ ଶର୍ମା ଟିମ ଇଣ୍ଡିଆର ନିୟମିତ ଅଧିନାୟକ ହେବେ ନାହିଁ। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ହେବେ। ଏହା ବ୍ୟତୀତ ଇଶାନ କିଶାନ ଏବଂ ଶୁଭମାନ ଗିଲ ଓପନିଂ କରିବେ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୧.୩୦ରେ ଆରମ୍ଭ ହେବ। ଟସ୍‌ ୧ରେ ପଡିବ। ଏଥି ସହିତ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଏହି ମ୍ୟାଚର ସିଧା ପ୍ରସାରଣ କରାଯିବ। ମ୍ୟାଚର ଲାଇଭ ଷ୍ଟ୍ରିମିଂ ଡିଜ୍‌ନୀ ପ୍ଲସ ହଟଷ୍ଟାରରେ ହେବ।

Share