Categories: ଖେଳ

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ମୋହାଲି,୨୦।୯: ଟି-୨୦ ବିଶ୍ୱକପ୍‌ ହେବାକୁ ଆଉ ମାତ୍ର ଗୋଟିଏ ମାସ ବାକି ଅଛି। ଏହାପୂର୍ବରୁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ପର୍ଯ୍ୟାୟରେ ଭାରତ ମଙ୍ଗଳବାର ଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ମୋହାଲିରେ ପ୍ରଥମ ମ୍ୟାଚ ଖେଳାଯିବ। ଅଧିନାୟକ ରୋହିତ ଶର୍ମା, କୋଚ ରାହୁଲ ଦ୍ରାବିଡ ଏବଂ ଦଳ ପରିଚାଳନା ଟି-୨୦ ବିଶ୍ୱକପ ପୂର୍ବରୁ ଦୁର୍ବଳତାକୁ ସୁଧାରିବାକୁ ଚେଷ୍ଟା କରିବେ।
ଏସିଆ କପରେ ଭାରତୀୟ ଦଳର ଖରାପ ପ୍ରଦର୍ଶନ ପରେ ଖେଳିବା ମିଶ୍ରଣକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏଭଳି ପରିସ୍ଥିତିରେ ଅଧିନାୟକ ଏବଂ ଦଳ ପରିଚାଳନା ସେମାନଙ୍କ ପ୍ରସ୍ତୁତି କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବେ। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ନୂଆ ଜର୍ସିରେ ପଡ଼ିଆକୁ ଓହ୍ଲାଇବ। ଏହି ନୂଆ ଜର୍ସି ରବିବାର ବିସିସିଆଇ ଦ୍ୱାରା ଲଞ୍ଚ କରାଯାଇଥିଲା।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ୨୦ ସେପ୍ଟେମ୍ବର ଅର୍ଥାତ୍‌ ଆଜି ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏସନ ଆଇଏସ ବିନ୍ଦ୍ରା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ ଭାରତ ଭାରତୀୟ ସମୟ ସା ୭.୩୦ରୁ ଖେଳାଯିବ। ଟସ ସା ୭:୦୦ରେ ହେବ। ଷ୍ଟାର୍‌ ସ୍ପୋର୍ଟସ ନେଟୱାର୍କ ନିକଟରେ ଭାରତ ବନାମ ଅଷ୍ଟ୍ରେଲିଆ ଟି-୨୦ ସିରିଜ ପ୍ରସାରଣ କରିବାର ଅଧିକାର ଅଛି। ଷ୍ଟାର୍‌ ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ଏହି ମ୍ୟାଚ ହିନ୍ଦୀ କିମ୍ବା ଇଂରାଜୀ କମେଣ୍ଟ୍ରି ଦେଖିହେବ। ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଭାରତର ଡିଜନି ପ୍ଲସ ହଟଷ୍ଟାର୍‌ ଆପ ରେ ଦେଖିବାକୁ ମିଳିବ।

Share