ଆଡିଲେଡ,୧୭।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦିବାରାତ୍ର ପ୍ରଥମ ଟେଷ୍ଟ ଆଡିଲେଡରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରୁଛି। ଭାରତୀୟ ଦଳ ଧୀମା ବ୍ୟାଟିଂ କରିଛି। ଦଳ ୪୦ ଓଭରରେ ୨ ଉଇକେଟ ହରାଇ ୭୨ ରନ୍ କରିବାରେ ସକ୍ଷମ ହୋଇଛି। ଚେତେଶ୍ୱର ପୂଜାର ୪୦ ଏବଂ ଅଦତ୍ନାୟକ ବିରାଟ କୋହଲି ୩୪ ରନ୍ରେ ଖେଲୁଛନ୍ତି। ବ୍ୟାଟିଂ କରୁଥିବାବେଳେ କୋହଲି ସାମାନ୍ୟ ଆଘାତ ହୋଇଥିଲେ। ତାଙ୍କ ହାତର ରକ୍ତ ବାହାରିଥିଲା। ପରେ ଦଳର ଫିଜିଓ ଆସି ଚିକିତ୍ସା କରିବା ପରେ ସେ ଖେଳିଥିଲେ। ଏହି ମ୍ୟାଚ୍ରେ ପୃଥ୍ବୀ ଶ’ ଶୂନରେ ଆଉଟ ହୋଇଥିବା ବେଳେ ମୟଙ୍କ ମାତ୍ର ୧୭ ରନ କରି ଆଉଟ ହୋଇଯାଇଛନ୍ତି। ବିରାଟ କୋହଲି ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।