Categories: ଖେଳ

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଇନ୍ଦୋର,୨୪।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ଅର୍ଥାତ୍‌ ଆଜି ଖେଳାଯିବ। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଭାରତୀୟ ଦଳ ୬ ବର୍ଷ ପରେ ଏହି ଗ୍ରାଉଣ୍ଡରେ କଙ୍ଗାରୁ ଦଳ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳିବ। ଗତ ଥର ୨୦୧୭ରେ ଭାରତ ପାଞ୍ଚ ଉଇକେଟରେ ଜିତିଥିଲା। ଏହି ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିବାକୁ ଟିମ ଇଣ୍ଡିଆ ନଜର ରଖିବ।
ଭାରତ ବନାମ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ ମ୍ୟାଚ ୧.୩୦ରେରେ ଆରମ୍ଭ ହେବ। ଟସ ଏହାର ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଦିନ ୧ଟାରେ ହେବ। ଏହି ମ୍ୟାଚ୍‌ ସ୍ପୋର୍ଟସ ୧୮ ଚ୍ୟାନେଲରେ ସିଧା ପ୍ରସାରଣ ହେବ। ଏଥି ସହିତ ଡିଡି ସ୍ପୋର୍ଟସରେ ମାଗଣାରେ ମ୍ୟାଚ ଦେଖିପାରିବେ। ଜିଓ ସିନେମା ଆପରେ ଆପଣ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଅନଲାଇନରେ ଦେଖିପାରିବେ।

Share