Categories: ଖେଳ

ଟସ୍‌ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ନିମନ୍ତ୍ରଣ: ୨ ପରିବର୍ତ୍ତନ ସହ ଓହ୍ଲାଇଛି ଟିମ୍‌ ଇଣ୍ଡିଆ

ନାଗପୁର,୨୩।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମୁକାବିଲା ଏଠାରେ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ଏକାଦଶରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଉମେଶ ଯାଦବ ଏବଂ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଜସପ୍ରିତ ବୁମ୍‌ରା ଏବଂ ଋଷଭ ପନ୍ତଙ୍କୁ ସାମିଲ କରାଯାଇଛି। ତେବେ ଖବର ଲେଖା ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୭୮ ରନ୍‌ରେ ୪ ଉଇକେଟ ହରାଇଛି।

କହିରଖୁଛୁ, ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ହାଇ ସ୍କୋରର ଥିଲା। ମ୍ୟାଚ୍‌ରେ ଅତିଥି ଦଳ ବିଜେତା ହୋଇ ସିରିଜରେ ୧-୦ରେ ଆଗୁଆ ରହିଛି। ଏମିତିରେ ଭାରତ ଲାଗି ଦ୍ୱିତୀୟ ମ୍ୟାଚ୍‌ କର ବା ମର ସ୍ଥିତିରେ ରହିଛି। ଏଥିଲାଗି ଭାରତ ମ୍ୟାଚ୍‌ ଜିତି ସିରିଜ ବରାବର କରିବାକୁ ଆଶା ରଖିଛି।

Share