Posted inଖେଳ

ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟ୍‌କା

ସିଡନୀ,୭।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟେଷ୍ଟ ସିରଜ୍‌ର ତୃତୀୟ ମ୍ୟାଚ ସିଡନୀରେ ଆରମ୍ଭ ହୋଇଛି। ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଘରୋଇ ଟିମ୍‌ ପ୍ରଥମେ ବ୍ୟାଟିଂ କରିବାକୁ ଆସି ୩.୩ ଓଭରରେ ଓପନର୍‌ ଡେଭିଡ୍‌ ଓ୍ବାର୍ନରଙ୍କ ଉଇକେଟ୍‌ ହରାଇଥିଲା। ତେବେ ବର୍ଷା ଆରମ୍ଭ ହୋଇଯିବାରୁ ମାତ୍ର ୭.୧ ଓଭର ପରେ ଖେଳ ବନ୍ଦ ରହିଛି। ଖେଳ ବନ୍ଦ ହେବା ବେଳକୁ ଦଳ ୨୧ ରନ୍‌ରେ ଗୋଟିଏ ଉଇକେଟ୍‌ ହରାଇଛି। ସିଡନୀ ଟେଷ୍ଟ ପାଇଁ ଭାରତୀୟ ଟିମ୍‌ରେ ଦୁଇଟି ପରିବର୍ତ୍ତନ ହୋଇଛି। ମୟଙ୍କ ଅଗ୍ରୱାଲଙ୍କୁ ବାଦ ଦିଆଯାଇ ରୋହିତ ଶର୍ମାଙ୍କୁ ଟିମ୍‌ରେ ସାମିଲ କରାଯାଇଛି। ସେହିପରି ନବଦୀପ ସଇନି ଟେଷ୍ଟ ପଦାର୍ପଣ କରିଛନ୍ତି। ଆହତ ଉମେଶ ଯାଦବଙ୍କ ସ୍ଥାନରେ ତାଙ୍କୁ ସାମିଲ କରାଯାଇଛି। ସୂଚନାଯୋଗ୍ୟ, ୪ଟି ମ୍ୟାଚ ବିଶିଷ୍ଟ ଏହି ସିରଜ୍‌ ୧-୧ରେ ବରାବର ରହିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୁମ୍‌ରାଙ୍କୁ ବଡ଼ ପୁରସ୍କାର ଦେଲା ଆଇସିସି

ନୂଆଦିଲ୍ଲୀ,୧୪।୧: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ ଏକ ସ୍ବତନ୍ତ୍ର ପୁରସ୍କାର ମିଳିଛି। ଆଇସିସି ବୁମରାଙ୍କୁ ‘ପ୍ଲେୟାର ଅଫ ଦି ମନ୍ଥ୍‌’ ପୁରସ୍କାର...

ଦିନକୁ କେତେ ଘଣ୍ଟା ମୋବାଇଲ୍‌ ଦେଖନ୍ତି ବିରାଟ…ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିରାଟ କୋହଲି କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ୱ ପାଇଁ ପ୍ରେରଣା ପାଲଟିଛନ୍ତି। କ୍ରିକେଟ ବ୍ୟତୀତ ବ୍ୟକ୍ତିଗତ ଜୀବନରେ ମଧ୍ୟ କୋହଲି ବେଶ୍‌ ଶୃଙ୍ଖଳିତ।...

କୋହଲି-ରୋହିତଙ୍କ ଅବସର କଳ୍ପନାଜଳ୍ପନା ମଧ୍ୟରେ କପିଲ ଦେବ ଦେଲେ ଆଶ୍ଚର୍ଯ୍ୟଜନକ ବୟାନ

ନୂଆଦିଲ୍ଲୀ,୧୪।୧: ଆଜିକାଲି ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଅବସରକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ଜୁନ ୨୦୨୪ରେ ଟି-୨୦...

ଷ୍ଟାଡିୟମରେ ପଶି ରୋହିତଙ୍କୁ ଜବରଦସ୍ତି ଚୁମ୍ବନ ଦେଲେ ପ୍ରଶଂସକ: ଆଉ ତା’ପରେ…

ମୁମ୍ବାଇ,୧୪।୧: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟୁର୍ନାମେଣ୍ଟ ପାଇଁ ଏପର୍ଯ୍ୟନ୍ତ ଟିମ ଇଣ୍ଡିଆ ଘୋଷଣା...

କ୍ୟାରିୟର୍‌ ବଞ୍ଚାଇବା ପାଇଁ ବଡ଼ ନିଷ୍ପତ୍ତି ନେଲେ ରୋହିତ ଶର୍ମା

ମୁମ୍ବାଇ,୧୪।୧:ଆଜିକାଲି ଭାରତୀୟ ଦଳରେ ସବୁକିଛି ଠିକ ଚାଲିନାହିଁ। ଏପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫି ଏବଂ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରାଯାଇ ନାହିଁ।...

ରୋକଠୋକ ଶୁଣାଇଦେଲା ବିସିସିଆଇ! ଏଣିକି ଖରାପ ପ୍ରଦର୍ଶନ କଲେ କଟିବ ପଇସା

ନୂଆଦିଲ୍ଲୀ,୧୪।୧: ଭାରତୀୟ ଦଳ ନିକଟରେ ଅଷ୍ଟ୍ରେଲିଆ ଗସ୍ତରେ ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫ ଖେଳିଥିଲା। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆକୁ ୧-୩ରେ ପରାଜୟର...

କଠୋର ହେଲା ବିସିସିଆଇ, ଖେଳାଳିଙ୍କ ପରିବାରକୁ ନେଇ ନୂଆ ନିୟମ! ଏଣିକି ସାଙ୍ଗରେ ଯାଇପାରିବେନି…

ନୂଆଦିଲ୍ଲୀ,୧୪।୧: ନିକଟରେ ଭାରତକୁ ଅଷ୍ଟ୍ରେଲିଆଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଅଧିନାୟକ, ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ କେବଳ ସମାଲୋଚନା କରାଯାଇ ନ ଥିଲା ବରଂ ବିସିସିଆଇର...

ଆରମ୍ଭ ହେଲା ସର୍ବଭାରତୀୟ ପାଟଣାକପ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ: ଯୋଗଦେଲେ ୮ ଦଳ

ପାଟଣାଗଡ଼,୧୩।୧(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ଼ ଏନ୍‌ଏସି ରମାଇ ହାଇସ୍କୁଲ ଖେଲପଡିଆରେ ସୋମବାର ୨୦ତମ ସର୍ବଭାରତୀୟ ପାଟଣାକପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ପାଟଣାଗଡ଼ ଉପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri