ସିଡନୀ,୮।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଭାରତୀୟ ଭଲ ଆରମ୍ଭ ଦେଇଛନ୍ତି ରୋହିତ୍ ଶର୍ମା ଓ ଶୁବମାନ ଗିଲ। ଷ୍ଟିଭ ସ୍ମିଥଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଭାରତ ଦ୍ୱିତୀୟ ଦିନ ଖେଳ ଶେଷ ବେଳକୁ ଭାରତ ୨ ଉଇକେଟରେ ୯୬ ରନ କରିଥିଲା। ଭାରତ ରୋହିତ ଶର୍ମା ୨୬ ଏବଂ ଶୁଭମନ ଗିଲ୍ ୫୦ ରନ୍ରେ ଆଉଟ୍ ହୋଇଛନ୍ତି। ଚେତେଶ୍ୱର ପୂଜାରା ୯ ଏବଂ ଅଜିଙ୍କେ ରାହାଣେ ୫ ରନ୍ରେ ଖେଳୁଛନ୍ତି। ସୂଚନାଯୋଗ୍ୟ, ଚଳିତ ସିରିଜରେ ଭାରତ ପାଇଁ ଓପନିଂ ମୁଖ୍ୟ ସମସ୍ୟା ଥିଲା। ପୃଥ୍ବୀ ଶ’ ଓ ମୟଙ୍କ ଅଗ୍ରୱାଲ ସୁଯୋଗର ଫାଇଦା ଉଠାଇବାରେ ବିଫଳ ହୋଇଛନ୍ତି। କିନ୍ତୁ ଗିଲ ୨ୟ ଟେଷ୍ଟରେ ଭଲ ବ୍ୟାଟିଂ କରି ନିଜକୁ ପ୍ରମାଣିତ କରିଛନ୍ତି। ସିରିଜରେ ପ୍ରଥମଥର ଲାଗି ଭାରତର ଓପନିଂ ଯୋ ୫୦ରୁ ଊର୍ଦ୍ଧ୍ୱ ସଂଗ୍ରହ କରିଛନ୍ତି।