ବ୍ରିସବେନ୍,୨୦।୧: ବ୍ରିସ୍ବେନ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ବର୍ଡର-ଗାଭାସ୍କର ଟ୍ରଫି ବିଜୟୀ ହୋଇଛି। ଏଥିରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ସ୍ତବ୍ଧ ହୋଇଯାଇଛନ୍ତି। ଭାରତୀୟ ଏ ଟିମ୍ ଅଷ୍ଟ୍ରେଲିଆକୁ ନିଜ ମାଟିରେ ହରାଇ ଦେଲା ଏକଥା ସେ ବିଶ୍ୱାସ କରିପାରୁନାହାନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ମୁଁ ସ୍ତବ୍ଧ ଯେ ଅଷ୍ଟ୍ରେଲିଆ ଏହି ଜିତି ପାରିଲା ନାହିଁ। ଅନେକ ଖେଳାଳିଙ୍କ ଆଘାତ ସତ୍ତ୍ୱେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ନିଜର ନିଷ୍ଠା ଏବଂ ଉତ୍ସାହ ଦେଖାଇଛି। ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ସେମାନଙ୍କର ଅଗ୍ରଣୀ ଦ୍ରୁତ ବୋଲର, ଅଧିନାୟକ ବିରାଟ କୋହଲି ଏବଂ କିଛି ବିଶେଷଜ୍ଞ ବ୍ୟାଟ୍ସମ୍ୟାନଙ୍କ ବିନା ଖେଳୁଥିଲା ଏଭଳି ପରିସ୍ଥିତିରେ ସିରିଜ୍ ହାରିବା ଅଷ୍ଟ୍ରେଲିଆ ପାଇଁ ଲଜ୍ଜାଜନକ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ,ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ଯେଉଁ ରିକି ପଣ୍ଟିଂ ଅଷ୍ଟ୍ରେଲିଆର ବିଜୟର ୪-୦ ଦାବି କରୁଥିଲେ।