Categories: ଖେଳ

ଡବ୍ଲୁଟିସି ଫାଇନାଲ: ଅଜିଙ୍କ୍ୟ ରାହାନେଙ୍କ ଅର୍ଦ୍ଧଶତକ, ରନ୍‌ ୨୦୦ ପାର୍‌

ଇଂଲଣ୍ଡ,୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ଇଂଲଣ୍ଡର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୬୯ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ ଦ୍ୱିତୀୟ ଦିନର ଖେଳ ଶେଷ ପର୍ଯ୍ୟନ୍ତ ୫ ଉଇକେଟରେ ୧୫୧ ରନ ସଂଗ୍ରହ କରିଥିଲା। ଅନ୍ୟପଟେ, ଆଜି ତୃତୀୟ ଦିନରେ ଅଜିଙ୍କ୍ୟ ରାହାନେ ୯୨ଟି ବଲରେ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହା ହେଉଛି ତାଙ୍କର ୨୬ତମ ଅର୍ଦ୍ଧଶତକ। ତାଙ୍କର ଚମତ୍କାର ଇନିଂସ ଯୋଗୁଁ ଟିମ ଇଣ୍ଡିଆର ସ୍କୋର ୨୦୦ ପାର୍‌ କରିଛି।

Share