Posted inଖେଳ

ମ୍ୟାନ ଅଫ ସିରିଜ’ ଟ୍ରଫିକୁ ଏହି ଖେଳାଳିଙ୍କୁ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ସିଡନୀ,୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟି -୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଟି ନଟରାଜନ ପ୍ରାଧାନ୍ୟ ବିସ୍ତାର କରିଥିଲେ। ପାଣ୍ଡ୍ୟା ବ୍ୟାଟ ନଟରାଜନ ବଲରେ ଯାଦୁ ଦେଖିଥିଲେ। ଦଳ ପାଇଁ ପାଣ୍ଡ୍ୟା ଜଣେ ଭଲ ଫିନିଶର ଭୂମିକା ନିଭାଇ ଥିଲେ। ଦ୍ୱିତୀୟ ଟି -୨୦ ମ୍ୟାଚରେ ସେ ଅପରାଜିତ ୪୨ ସ୍କୋର କରି ଦଳକୁ ଜିତାଇଥିବାବେଳେ କ୍ୟାରିୟରର ପ୍ରଥମ ଗସ୍ତରେ ନଟରାଜ ପ୍ରଥମ ଟି-୨୦ ମ୍ୟାଚରେ ୩ଟି ଉଇକେଟ, ଦ୍ୱିତୀୟ ମ୍ୟାଚ୍‌ରେ ୨ ଉଇକେଟ ଏବଂ ତୃତୀୟ ତଥା ଶେଷ ମ୍ୟାଚରେ ଗୋଟିଏ ଉଇକେଟ ନେଇିଥିଲେ। ଯଦିଓ ତୃତୀୟ ଟି -୨୦ ମ୍ୟାଚରେ ଭାରତ ୧୨ ରନର ପରାଜୟର ସମ୍ମୁଖୀନ ହୋଇଥିଲା, ତଥାପି ସିରିଜ ୨-୧ରେ ଜିତିଥିଲା ଏବଂ ପାଣ୍ଡ୍ୟା ‘ମ୍ୟାନ ଅଫ ସିରିଜ’ ହୋଇଥିଲେ। ତେବେ ସେ ନିଜର ବଡ ହୃଦୟ ଦେଖାଇ ନଟରାଜନଙ୍କୁ ‘ମ୍ୟାନ ଅଫ ଦି ସିରିଜ’ ପୁରସ୍କାର ପ୍ରଦାନ କରିଥିଲେ। ପାଣ୍ଡ୍ୟାଙ୍କ ସହ ସମ୍ପୂର୍ଣ୍ଣ ଭାରତୀୟ ଦଳ ନଟରାଜନଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇଛନ୍ତି। ମ୍ୟାନ ଅଫ ଦି ସିରିଜ ହେବା ପରେ ପାଣ୍ଡ୍ୟା କହିଥିଲେ ଯେ ସେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ନୁହଁନ୍ତି, ବରଂ ନଟରାଜନ ଏହି ପୁରସ୍କାର ପାଇବା ଉଚିତ୍‌। ପାଣ୍ଡ୍ୟା କହିଛନ୍ତି, ମୁଁ ବହୁତ ଖୁସି। କିନ୍ତୁ ଏହା କୌଣସି ବ୍ୟକ୍ତିର ପ୍ରୟାସ ନୁହେଁ,  ସମଗ୍ର ଦଳଗତ ପ୍ରଦର୍ଶନ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତଙ୍କ ଅବସର ସମ୍ପର୍କରେ ଏଭଳି କହିଲେ ଡି’ ଭିଲିୟସ

ନୂଆଦିଲ୍ଲୀ,୧୩ା୩: ଦକ୍ଷିଣ ଆଫ୍ରିକାର ମହାନ୍‌ ବ୍ୟାଟର ଏବି ଡି’ ଭିଲିୟର୍ସଙ୍କ ମତରେ ରୋହିତ ଶର୍ମାଙ୍କ ପାଖରେ ଅବସର ନେବା ଲାଗି କିଛି କାରଣ ନାହିଁ। ଏଥିସହିତ...

ନ୍ୟାଶ୍‌ନାଲ ଟି୨୦ ଚାମ୍ପିୟନଶିପ୍‌ରୁ ଓହରିଲେ ବାବର

କରାଚୀ,୧୩।୩: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ଲାଗି ଘୋଷିତ ପାକିସ୍ତାନ ଦଳରୁ ବାଦ୍‌ ପଡ଼ିଥିବା ପୂର୍ବତନ ଅଧିନାୟକ ବାବର ଆଜମ ନ୍ୟାଶନାଲ ଟି୨୦ ଚାମ୍ପିୟନଶିପରୁ ଓହରିବାକୁ...

IPL 2025: DCର ଅଧିନାୟକତ୍ୱ ବିତର୍କ ମଧ୍ୟରେ ବଡ଼ ବୟାନ ହେଲେ KL Rahul

ନୂଆଦିଲ୍ଲୀ,୧୩।୩: କେଏଲ ରାହୁଲ ଆଇପିଏଲର ଆଗାମୀ ୧୮ତମ ସିଜିନରେ ତାଙ୍କର ପଞ୍ଚମ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିବାକୁ ପ୍ରସ୍ତୁତ। ୧୩୨ ଆଇପିଏଲ ମ୍ୟାଚ ଏବଂ...

ଜାତୀୟ ମାଷ୍ଟର ଗେମ୍ସ, ବିଦ୍ୟାଧରଙ୍କୁ ମିଳିଲା ସ୍ବର୍ଣ୍ଣ

ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ): ସପ୍ତମ ଜାତୀୟ ମାଷ୍ଟର ଗେମ୍ସ ପ୍ରତିଯୋଗିତାରେ ବରଗଡ଼ ଜିଲା ଅତାବିରା ବ୍ଲକ ଅଧୀନ କାଦୋବାହାଲ ଗ୍ରାମର ବିଦ୍ୟାଧର ସାହୁ କ୍ରୀଡ଼ାରେ ରେକର୍ଡ ସୃଷ୍ଟି...

କଠୋର ହେଲା BCCI: ଆଇପିଏଲରୁ ଇଂଲଣ୍ଡର ଶକ୍ତିଶାଳୀ ଖେଳାଳିଙ୍କୁ ୨ବର୍ଷ ପାଇଁ କରାଗଲା ବାସନ୍ଦ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୩।୩: ଇଂଲଣ୍ଡ ଖେଳାଳି ହ୍ୟାରି ବ୍ରୁକଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରାଯାଇଛି। ବ୍ରୁକ ଏବେ ତାଙ୍କର ଦୁଇ ବର୍ଷର ବାସନ୍ଦ ସମାପ୍ତ କରିବା ପରେ...

ଇଂଲଣ୍ଡକୁ ଲାଗିଲା ବଡ଼ ଝଟକା, ଆଘାତ ଯୋଗୁଁ ୪ ମାସ ପାଇଁ ଖେଳି ପାରିବେନି ଦ୍ରୁତ ବୋଲର

ନୂଆଦିଲ୍ଲୀ,୧୩।୩: ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ ଚାରି ମାସ ଧରି କ୍ରିକେଟରୁ ଦୂରରେ ଅଛନ୍ତି। ଉଡଙ୍କ ବାମ ଆଣ୍ଠୁ ଲିଗାମେଣ୍ଟରେ ଅସ୍ତ୍ରୋପଚାର କରାଯାଇଥିଲା। ଇଂଲଣ୍ଡ...

ପୁଣି ଏକାଠି ହେଲେ ଏମଏସ ଧୋନି, ଗୌତମ ଗମ୍ଭୀର; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ,୧୩ା୩: ଭାରତର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପୂର୍ବତନ ସାଥୀ ଏମଏସ ଧୋନିଙ୍କ ସହିତ ଏକ ବିରଳ ପୁନର୍ମିଳନ ହୋଇଛି। ଉଭୟ ମସୁରୀରେ ୱିକେଟକିପର-ବ୍ୟାଟର ରିଷଭ...

ପାକିସ୍ତାନ ଖେଳାଳିଙ୍କର ହେଲା ଅପମାନ…, ଇଂଲଣ୍ଡ କ୍ରିକେଟ ଲିଗରେ ଜଣଙ୍କୁ ବି ମିଳିଲା ନାହିଁ ସ୍ଥାନ, ଲିଷ୍ଟରେ ଥିଲେ ୫୦ ଜଣ

ଇସଲାମାବାଦ,୧୩।୩: ଦି ହଣ୍ଡ୍ରେଡ ୨୦୨୫ ପୂର୍ବରୁ ଖେଳାଳିଙ୍କ ଡ୍ରାଫ୍ଟ ୧୨ ମାର୍ଚ୍ଚରେ ହୋଇଥିଲା। ଆଶ୍ଚର୍ଯ୍ୟଜନକ କଥା ଥିଲା ଯେ ଏଥିରେ କୌଣସି ପାକିସ୍ତାନୀ ଖେଳାଳିଙ୍କୁ ଚୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image