ସିଡନୀ,୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟି -୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଟି ନଟରାଜନ ପ୍ରାଧାନ୍ୟ ବିସ୍ତାର କରିଥିଲେ। ପାଣ୍ଡ୍ୟା ବ୍ୟାଟ ନଟରାଜନ ବଲରେ ଯାଦୁ ଦେଖିଥିଲେ। ଦଳ ପାଇଁ ପାଣ୍ଡ୍ୟା ଜଣେ ଭଲ ଫିନିଶର ଭୂମିକା ନିଭାଇ ଥିଲେ। ଦ୍ୱିତୀୟ ଟି -୨୦ ମ୍ୟାଚରେ ସେ ଅପରାଜିତ ୪୨ ସ୍କୋର କରି ଦଳକୁ ଜିତାଇଥିବାବେଳେ କ୍ୟାରିୟରର ପ୍ରଥମ ଗସ୍ତରେ ନଟରାଜ ପ୍ରଥମ ଟି-୨୦ ମ୍ୟାଚରେ ୩ଟି ଉଇକେଟ, ଦ୍ୱିତୀୟ ମ୍ୟାଚ୍ରେ ୨ ଉଇକେଟ ଏବଂ ତୃତୀୟ ତଥା ଶେଷ ମ୍ୟାଚରେ ଗୋଟିଏ ଉଇକେଟ ନେଇିଥିଲେ। ଯଦିଓ ତୃତୀୟ ଟି -୨୦ ମ୍ୟାଚରେ ଭାରତ ୧୨ ରନର ପରାଜୟର ସମ୍ମୁଖୀନ ହୋଇଥିଲା, ତଥାପି ସିରିଜ ୨-୧ରେ ଜିତିଥିଲା ଏବଂ ପାଣ୍ଡ୍ୟା ‘ମ୍ୟାନ ଅଫ ସିରିଜ’ ହୋଇଥିଲେ। ତେବେ ସେ ନିଜର ବଡ ହୃଦୟ ଦେଖାଇ ନଟରାଜନଙ୍କୁ ‘ମ୍ୟାନ ଅଫ ଦି ସିରିଜ’ ପୁରସ୍କାର ପ୍ରଦାନ କରିଥିଲେ। ପାଣ୍ଡ୍ୟାଙ୍କ ସହ ସମ୍ପୂର୍ଣ୍ଣ ଭାରତୀୟ ଦଳ ନଟରାଜନଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇଛନ୍ତି। ମ୍ୟାନ ଅଫ ଦି ସିରିଜ ହେବା ପରେ ପାଣ୍ଡ୍ୟା କହିଥିଲେ ଯେ ସେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ନୁହଁନ୍ତି, ବରଂ ନଟରାଜନ ଏହି ପୁରସ୍କାର ପାଇବା ଉଚିତ୍। ପାଣ୍ଡ୍ୟା କହିଛନ୍ତି, ମୁଁ ବହୁତ ଖୁସି। କିନ୍ତୁ ଏହା କୌଣସି ବ୍ୟକ୍ତିର ପ୍ରୟାସ ନୁହେଁ, ସମଗ୍ର ଦଳଗତ ପ୍ରଦର୍ଶନ ବୋଲି ସେ କହିଛନ୍ତି।