ଭାରତୀୟ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରାୟ ଚାରି ମାସ ପରେ ଘରକୁ ଫେରିଛନ୍ତି ଏବଂ ଏବେ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି। ପାଣ୍ଡ୍ୟା ଶୁକ୍ରବାର ଦିନ ଘରକୁ ଫେରି ପୁଅ ଅଗସ୍ତ୍ୟଙ୍କ ସହ ମସ୍ତି କରିବାରେ ବ୍ୟସ୍ତ ଅଛନ୍ତି। ପାଣ୍ଡ୍ୟା ସୋସିଆଲ ମିଡିଆରେ ପୁଅର ଏକ ଫଟୋ ଶେୟାର କରିଥିଲେ, ଫଟୋରେ ସେ ପୁଅକୁ କୋଳରେ କ୍ଷୀର ଖାଇବାକୁ ଦେଉଥିବାର ନଜର ଆସିଛନ୍ତି। ଏହି ଫଟୋ ଶେୟାର କରିବା ସହିତ ପାଣ୍ଡ୍ୟା ହୃଦୟସ୍ପର୍ଶୀ କଥା କହିଛନ୍ତି। ପାଣ୍ଡ୍ୟା କହିଛନ୍ତି ଯେ ଦେଶ ପାଇଁ ଖେଳିବା ପରେ ଏବେ ସେ ପିତାଙ୍କ କର୍ତ୍ତବ୍ୟ ପାଳନ କରୁଛନ୍ତି। ସେ କ୍ୟାପସନ ଦେଇଛନ୍ତି ଯେ ପିତାଙ୍କ କର୍ତ୍ତବ୍ୟ ପରେ ଜାତୀୟ କର୍ତ୍ତବ୍ୟରୁ ଆସିଛି। ସୂଚନାଯୋଗ୍ୟ, ପାଣ୍ଡ୍ୟା ୟୁଏଇରେ ଆଇପିଏଲ ଖେଳିବା ପରେ ସିଧାସଳଖ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ଜିତିବା ପରେ ପାଣ୍ଡ୍ୟା କହିଥିଲେ ଯେ ସେ ତାଙ୍କ ପୁଅକୁ ମିସ୍ କରୁଛନ୍ତି ଏବଂ ଟେଷ୍ଟ ସିରିଜ ପୂର୍ବରୁ ଘରକୁ ଫେରିବାକୁ ଚାହୁଁଛନ୍ତି।