Categories: ଖେଳ

ପିତାଙ୍କ ଶେଷ ଇଚ୍ଛା ପୂରଣ କଲେ ଏହି କ୍ରିକେଟର୍‌

ମେଲବୋର୍ନ,୨୭।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ମେଲବୋର୍ନରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ବୋଲର୍‌ ମହମ୍ମଦ ସିରାଜ୍‌ ଡେବ୍ୟୁ କରୁଛନ୍ତି। ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ଗସ୍ତରେ ଥିବାରୁ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ନ ଥିବା ମହମ୍ମଦ ସିରାଜ ବକ୍ସିଂ ଡେ ଟେଷ୍ଟ ମ୍ୟାଚରୁ ଟେଷ୍ଟ କ୍ରିକେଟରେ ସ୍ମରଣୀୟ ଡେବ୍ୟୁ କରିଛନ୍ତି। ଗତ ମାସରେ ସିରାଜଙ୍କ ପିତା ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ସିରାଜ ତାଙ୍କ ପିତାଙ୍କ ଶେଷ ରୀତିନୀତିରେ ଯୋଗ ଦେଇ ପାରି ନ ଥିଲେ। ଶନିବାରଠାରୁ ଆରମ୍ଭ ହୋଇଥିବା ବକ୍ସିଂ ଡେ ଟେଷ୍ଟ ମ୍ୟାଚରୁ ସିରାଜ ଟେଷ୍ଟ କ୍ରିକେଟରେ ପ୍ରବେଶ କରିଛନ୍ତି। ତାଙ୍କ ଭାଇ ଇସମାଇଲ କହିଛନ୍ତି ଯେ ଟେଷ୍ଟ କ୍ରିକେଟରେ ସିରାଜଙ୍କୁ ଟିମ ଇଣ୍ଡିଆର ପ୍ରତିନିଧିତ୍ୱ କରିବା ତାଙ୍କ ପିତାଙ୍କ ସୱପ୍ନ ଥିଲା ଏବଂ ଶେଷରେ ଏମସିଜିରେ ତାଙ୍କର ସ୍ବପ୍ନ ପୂରଣ ହୋଇଥିଲା। ମୋ ବାପାଙ୍କ ସ୍ବପ୍ନ ଥିଲା ଯେ ସିରାଜ ଭାରତ ପାଇଁ ଟେଷ୍ଟ କ୍ରିକେଟ ଖେଳନ୍ତୁ। ସେ ସବୁବେଳେ ଚାହୁଁଥିଲେ ସିରାଜ ନୀଳ ଏବଂ ଧଳା ଜର୍ସିରେ ଦେଶର ପ୍ରତିନିଧିତ୍ୱ କରନ୍ତୁ। ତେଣୁ ଆଜି ଆମର ସ୍ବପ୍ନ ପୂରଣ ହୋଇଛି। ଆମେ ସାରା ରାତି ଶୋଇ ପାରି ନାହୁଁ। ଭୋର ୪ ଟାରେ ଟିଭି ଅନ୍‌ କରାଯାଇଥିଲା। ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ ଥିଲା। ସିରାଜ ଦେଶ ପାଇଁ ଗୋଟିଏ ଦିନିକିଆ ଏବଂ ୩ଟି ଟି -୨୦ ଖେଳିଛନ୍ତି। ବକ୍ସିଂ ଡେ ଟେଷ୍ଟରେ ଡେବ୍ୟୁ କରି ସିରାଜ ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୪୦ ରନ୍‌ ନେଇ ୨ଟି ଉଇକେଟ୍‌ ନେଇଥିଲେ।

Share