Categories: ଖେଳ

ସିଡ୍‌ନୀରେ କଡ଼ା ପ୍ରୋଟୋକଲ ମାନିବାକୁ ରାଜି ହେଲା ଭାରତ

ନୂଆଦିଲ୍ଲୀ,୪ା୧- ସିଡ୍‌ନୀଠାରେ ଆସନ୍ତା ୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ଟେଷ୍ଟ। ଏହି ମ୍ୟାଚ୍‌ ପାଇଁ ସିଡ୍‌ନୀରେ ସୋମବାର ପହଞ୍ଚିବା ପରେ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ସମସ୍ତ ବାୟୋ ସିକୁରିଟି ପ୍ରୋଟୋକଲ ମାନିବାକୁ ରାଜି ହୋଇଛି। ପୂର୍ବରୁ ଦୁଇଟି ଲେଖାଏ ଟି୨୦ ଓ ଦିନିକିଆ ମ୍ୟାଚ୍‌ ଆୟୋଜନ କରିଥିବା ଏହି ସହରରେ କୋଭିଡ୍‌-୧୯ ସଂକ୍ରମଣର ମାମଲା ବୃଦ୍ଧି ପାଉଥିବାରୁ ଖେଳାଳିଙ୍କୁ ପ୍ରୋଟୋକଲର ପାଳନ କରିବାକୁ ପଡ଼ିବ।

ଭାରତୀୟ ଦଳକୁ ପ୍ରୋଟୋକଲ ବିଷୟରେ ବୁଝାଇ ଦିଆଯାଇଛି। ସବୁ ନିୟମରେ ରାଜି ହୋଇଛି ଟିମ୍‌ ମ୍ୟାନେଜମେଣ୍ଟ।  ଦଳୀୟ ଖେଳାଳିଙ୍କ ଟ୍ରେନିଂ ବ୍ୟତୀତ ହୋଟେଲ ବାହାରକୁ ନ ଯିବାକୁ କୁହାଯାଇଛି। ଆଉ ସାମାଜିକ ଦୂରତା ନିୟମ ପାଳନ କରିବାକୁ ଚେତାଇ ଦିଆଯାଇଛି ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।

Share