Categories: ଖେଳ

ଭାରତ ବନାମ ଅଷ୍ଟ୍ରେଲିଆ: ପ୍ଲେଇଙ୍ଗ-୧୧ରୁ ବଞ୍ଚିତ ହବେ ଏହି ୪ଷ୍ଟାର ଖେଳାଳି!

ଅହମ୍ମଦାବାଦ,୧୯।୧୧: ଭାରତୀୟଙ୍କୁ ଧରିଛି କ୍ରିକେଟ ଫିଭର। ଫିଭର ପାଇଁ ସମସ୍ତଙ୍କ ଛାତି ଧକ୍‌ଧକ୍‌। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା। ଏଥିପାଇଁ ୧୪୦କୋଟି ଭାରତୀୟ ଅପେକ୍ଷାରତ।
ଟିମ୍‌ ବ୍ଲୁରେ ଅଛନ୍ତି ଗୋଟିଏରେ ଗୋଟିଏ ପ୍ଲେଇଙ୍ଗ ଇଲେଭନ। ପ୍ରତ୍ୟେକ ଖେଳାଳି ମ୍ୟାଚ ବିଜେତା। କିନ୍ତୁ ଟିମରେ ୧୧ଜଣ ଖେଳାଳି ରହିବା ହେଉଛି ବାଧ୍ୟତାମୂଳକ। ଏଥିପାଇଁ ଆଜିର ମ୍ୟାଚରେ ୪ଜଣ ଖେଳାଳି ବଞ୍ଚିତ ରହିବେ।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଇଁ ଟିମ୍‌ ଇଣ୍ଡିଆ ଆତ୍ମବିଶ୍ୱାସ ଏବଂ ଅଭିଜ୍ଞତା ପାଇଥାଏ। ଯାହା ଦଳ ପାଇଁ ଲାଭଦାୟକ। କିନ୍ତୁ ଫାଇନାଲ ପାଇଁ କିଛି ପରିବର୍ତ୍ତନ କରାଯାଇଛି। ମହମ୍ମଦ ସିରାଜଙ୍କ ପ୍ରଦର୍ଶନ ଟିକେ କମ ରହିଛି, କିନ୍ତୁ ବିଜୟୀ ମିଶ୍ରଣକୁ ଶେଷ ସମୟରେ ପରିବର୍ତ୍ତନ କରିବା ଭୁଲ ହୋଇପାରେ। ତେଣୁ ଅଶ୍ୱିନଙ୍କୁ ପ୍ଲେଇଗଂ ୧୧ରୁ ବାହାରେ ରହିବେ।

ପ୍ଲେଇଗଂ ୧୧ରେ ସୂର୍ଯ୍ୟକୁମାର ଯାଦବ ହେଉଛନ୍ତି ଦୁର୍ବଳ ଲିଙ୍କ। କିନ୍ତୁ ଅଧିନାୟକ ରୋହିତ ଶର୍ମାଙ୍କ ତାଙ୍କ ଉପରେ ବିଶ୍ୱାସ ରହିଛି। ତେଣୁ ସୂର୍ଯ୍ୟଙ୍କୁ ଚାନ୍ସ ଦେଇ ଇଶାନ କିଶନଙ୍କୁ ବାଦ ଦେଇ ପାରନ୍ତି।

ଦ୍ରୁତ ବୋଲର ପ୍ରସୀଦ କୃଷ୍ଣା ଭାରତକୁ ଅନେକ ମ୍ୟାଚ ଜତେଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ସେ ବିଶ୍ୱକପର ଟିମ ଇଣ୍ଡିଆରେ ଯୋଗ ଦେଇଥିଲେ। କିନ୍ତୁ ମହମ୍ମଦ ଶାମି ଫାଇନାଲରେ ରହିବା କାରଣରୁ କୃଷ୍ଣା ଏଥିରୁ ବାଦ୍‌ ପଡିବେ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଯିବା ପରେ ଶାର୍ଦ୍ଦୁଲ ଠାକୁରଙ୍କୁ କିଛି ମ୍ୟାଚରେ ସୁଯୋଗ ଦିଆଯାଇଥିଲା। କିନ୍ତୁ ଯେତେବେଳେ ଶାମି ଭଲ ପ୍ରଦର୍ଶନ କରିଥିଲେ ସେତେବେଳେ ଦଳର ଦ୍ରୁତ ବୋଲିଂର ଟେନସନ ଦୂର ହୋଇଯାଇଥିଲା। ଶାମି ଓ୍ବିକେଟ ପରେ ଓ୍ବିକେଟ ନେଇ ଚମତ୍କାର ପ୍ରଦର୍ଶନ କରିଛନ୍ତ। ତେଣୁ ଶାର୍ଦ୍ଦୁଲ ପ୍ଲେଇଂ ଇଲେଭନରୁ ବାଦ୍‌ ପଡିବେ।

Share