Posted inଖେଳ

ଭାରତ ଆଜି ଅଷ୍ଟ୍ରେଲିଆକୁ ଭେଟିବ:ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିବେ ମ୍ୟାଚ୍‌..

ଗ୍ରସ୍‌ ଆଇସ୍‌ଲେଟ୍‌, ୨୩।୬(ପି.ଟି.):ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଏହାର ଶେଷ ସୁପର-୮ ମ୍ୟାଚ୍‌ ସୋମବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୨ଟିଯାକ ମ୍ୟାଚ୍‌ ଜିତି ୪ ପଏଣ୍ଟ ସହ ଗ୍ରୁପ୍‌-୧ ଟେବୁଲର ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ରବିବାର ଆଫଗାନିସ୍ତାନଠାରୁ ହାରିଯାଇଥିବାରୁ ଆଶଙ୍କାରେ ରହିଛି। ଏହି ଦଳ ୨ ମ୍ୟାଚରୁ ୧ ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ତୃତୀୟ ସ୍ଥାନରେ ଥିବା ଆଫଗାନିସ୍ତାନ ଏହାର ଶେଷ ସୁପର-୮ ମ୍ୟାଚ୍‌ ବାଂଲାଦେଶ ବିପକ୍ଷରେ ଖେଳିବାର ଅଛି। ଯଦି ଆସନ୍ତା ମ୍ୟାଚ୍‌ରେ ଭାରତ ନିକଟରୁ ଅଷ୍ଟ୍ରେଲିଆ ହାରେ ଏବଂ ବାଂଲାଦେଶ ବିପକ୍ଷରେ ଆଫଗାନିସ୍ତାନ ବିଜୟ ହାସଲ କରେ ତେବେ ଭାରତ ଓ ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିବେ। ବାଂଲାଦେଶ ଏପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନ ଥିବାରୁ ଆଫଗାନିସ୍ତାନର ଆଶା ବଢ଼ିଛି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ଭାରତ ବିଜୟ ବଜାୟ ରଖି ସେମିଫାଇନାଲ ପ୍ରବେଶ ଆଶା ରଖିଛି।
ସୁପର-୮ରେ ଭାରତ କ୍ରମାଗତ ୨ଟି ମ୍ୟାଚ୍‌ରେ ଆଫଗାନିସ୍ତାନ ଓ ବାଂଲାଦେଶକୁ ପରାସ୍ତ କରିଛି। ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି କ୍ରମେ ଉନ୍ନତ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଶିବମ୍‌ ଦୁବେ ମଧ୍ୟ ବାଂଲାଦେଶ ବିପକ୍ଷରେ ୨୪ ବଲ୍‌ରୁ ୩୪ ରନ୍‌ କରି ନିଜ ସମାଲୋଚକଙ୍କୁ ଦୃଢ଼ ଜବାବ ଦେଇଛନ୍ତି। ୩ ନମ୍ବର ସ୍ଥାନରେ ଆସୁଥିବା ରିଷଭ ପନ୍ତ ଭଲ ଆରମ୍ଭ କରୁଥିଲେ ମଧ୍ୟ ତାଙ୍କ ରିଭର୍ସ ହିଟ୍‌ ଶଟ୍‌ରେ ରହିଥିବା ତ୍ରୁଟିକୁ ସୁଧାରିବା ଆବଶ୍ୟକ। ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଉଭୟ ବ୍ୟାଟ୍‌ ଓ ବଲ୍‌ରେ ଭଲ ପ୍ରଦର୍ଶନ କରିବା ଭାରତ ପାଇଁ ଅନେକ ସମସ୍ୟାର ସମାଧାନ କରିଛି। ବିଳମ୍ବରେ ସୁଯୋଗ ପାଇଥିବା କୁଲଦୀପ ଯାଦବ ମ୍ୟାଚ୍‌ ବିଜୟୀ ଅବଦାନ ଦେବାରେ ସକ୍ଷମ ହୋଇଛନ୍ତି। ଦଳ ବିଜୟ ପଥରେ ଥିବାରୁ ଏବଂ ସମ୍ମୁଖରେ ଅଷ୍ଟ୍ରେଲିଆ ପରି ଶକ୍ତିଶାଳୀ ଦଳ ଥିବାରୁ ଭାରତୀୟ ପ୍ଲେଇଂ କମ୍ବିନେଶନରେ ପରିବର୍ତ୍ତନର ସମ୍ଭାବନା ନାହିଁ। ଶନିବାର ରାତିରେ ସେଣ୍ଟ ଲୁସିଆରେ ପହଞ୍ଚତ୍ଥିବା ଭାରତୀୟ ଦଳ ଟ୍ରେନିଂ ନ କରି ବିଶ୍ରାମକୁ ପସନ୍ଦ କରିଥିଲା। ଡାରେନ ସାମି କ୍ରିକେଟ ଷ୍ଟାଡିୟମରେ ସାଧାରଣତଃ ହାଇ-ସ୍କୋରିଂ ମ୍ୟାଚ୍‌ ହୋଇଥାଏ। ମାତ୍ର ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଇଂଲଣ୍ଡ ୧୬୪ ରନ ଚେଜ୍‌ କରିବାକୁ ସକ୍ଷମ ହୋଇ ନ ଥିଲା। ତେଣୁ ଏଠାରେ ସ୍ଲୋ ବୋଲରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍‌ ସେଣ୍ଟ ଲୁସିଆରେ ଖେଳାଯିବ। ଭାରତୀୟ ସମୟ ରାତି ୮ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଷ୍ଟାର୍‌ ସ୍ପୋର୍ଟସ ଏବଂ ଡିଡି ସ୍ପୋର୍ଟସରେ ଏହି ମ୍ୟାଚ୍‌ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାଚ୍‌ ଚାଲିଥିବା ବେଳେ ହେଲା ହୃଦ୍‌ଘାତ, ପୁଅଙ୍କ ସାମ୍ନାରେ ଆଖି ବୁଜିଲେ ଏହି ଖେଳାଳି

ନୂଆଦିଲ୍ଲୀ,୬।୭: କ୍ରୀଡା ଜଗତ ସହ ଜଡିତ ଏକ ଖରାପ ଖବର ସାମ୍ନାକୁ ଆସିଛି। ଖେଳ ସମୟରେ ବାଂଲାଦେଶର ଶୀର୍ଷ ଚେସ୍‌ ଗ୍ରାଣ୍ଡମାଷ୍ଟରଙ୍କ ମୃତ୍ୟୁ ଘଟିଛି। ବାଂଲାଦେଶର...

କିଏ ସେ ଅଭିଷେକ ଶର୍ମା? ଯିଏ ବନ୍ଧୁଙ୍କ ଅଧିନାୟକତ୍ୱରେ ଭାରତ ପାଇଁ ଡେବ୍ୟୁ କରି ଚର୍ଚ୍ଚାରେ, ହେଲେ ଖେଳାଳି ନମ୍ବର-୧୧୧

ହରାରେ,୬।୭: ଟି୨୦ ବିଶ୍ୱକପ୍‌ ୨୦୨୪ ଜିତିବାର ୭ ଦିନ ପରେ ଟିମ୍‌ଇଣ୍ଡିଆରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। କହିବାର ତାତ୍ପର୍ଯ୍ୟ ଶୁଭମନ ଗିଲଙ୍କ ନେତୃତ୍ୱରେ...

ବିଶ୍ୱ ଚାମ୍ପିୟନ ଭାରତକୁ ହରାଇଲା ଜିମ୍ବାୱେ, ଫେଲ୍ ମାରିଲା ଯୁବ ବାହିନୀ

ନୂଆଦିଲ୍ଲୀ,୬।୭: ଟି୨୦ ବିଶ୍ୱକପରେ ଚାମ୍ପିୟନ ହେବା ପରେ ପ୍ରଥମ ମୁକାବିଲାରେ ଜିମ୍ବାୱେ ନିକଟରୁ ପରାଜୟର ସାମ୍ନା କରିଛି ଭାରତ। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ...

ଭାଓନଙ୍କ ଉପରେ ବର୍ଷିଲେ ରବି ଶାସ୍ତ୍ରୀ, କହିଲେ ନିଜେ ତ କେବେ କପ୍‌ ଉଠାଇନାହାନ୍ତି…

ନୂଆଦିଲ୍ଲୀ,୬।୭: ଇଂଲଣ୍ଡର ପୂର୍ବତନ କ୍ରିକେଟର ତଥା କମେଣ୍ଟେଟର ମାଇକେଲ ଭାଓନ ଟି୨୦ ବିଶ୍ୱକପ୍‌ ସମୟରେ ଭାରତକୁ ସମର୍ଥନ ଦେବାକୁ ନେଇ ଆଇସିସି ଉପରେ ଅନେକ ପ୍ରଶ୍ନ...

ମ୍ୟାଚ ଫିକ୍ସିଂ: ୬ ବର୍ଷ ବାସନ୍ଦ ହେଲେ ଏହି ଖେଳାଳି

ଲଣ୍ଡନ,୬ା୭: ବୋସନିଆ-ହର୍ଜଗୋଭିନାର ଜଣେ ପୂର୍ବତନ ଟେନିସ ଖେଳାଳିଙ୍କୁ ୬ ବର୍ଷ ବାସନ୍ଦ କରାଯାଇଛି। ସେ ମ୍ୟାଚ ଫିକ୍ସିଂ କାର୍ଯ୍ୟକଳାପରେ ଲିପ୍ତ ଥିବା ସ୍ବୀକାର କରିବା ପରେ...

କ୍ରୀଡ଼ା ପାଇଁ ସମର୍ପିତ ଓଡ଼ିଶା ସରକାର; ଚାମ୍ପିୟନ ମହିଳା ରଗ୍‌ବୀ ଦଳକୁ ରାତି ଅଧରେ କଲେ ସ୍ୱାଗତ

ଭୁବନେଶ୍ୱର, ୬।୭: ମହାରାଷ୍ଟ୍ରର ପୁଣେସ୍ଥିତ ବେଲଓ୍ବୋଡ଼ି ଷ୍ଟାଡିୟମରେ ଗୁରୁବାର ଉଦ୍‌ଯାପିତ ସର୍ବଭାରତୀୟ ସିନିୟର ମହିଳା ରଗ୍‌ବୀ ୭ ଏସ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ଚାମ୍ପିୟନ ହୋଇଛି।...

ଆଇପିଏଲ୍‌ରେ ଦଳ ବଦଳାଇବେ ଅଶ୍ୱିନ, ଧୋନୀଙ୍କ ଟିମ୍‌କୁ ଫେରିବା ନେଇ ଦେଲେ ବଡ଼ ସଙ୍କେତ…

ନୂଆଦିଲ୍ଲୀ,୬।୭: ଟିମ୍‌ ଇଣ୍ଡିଆ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଇପିଏଲ୍‌ରେ ଏବେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି। ଏହାପୂର୍ବରୁ ଅନେକ ବର୍ଷ ଯାଏ ସେ ମହେନ୍ଦ୍ର ସିଂହ...

ହୋଇଗଲା ସ୍ପଷ୍ଟ! ହାର୍ଦ୍ଦିକ-ନତାଶାଙ୍କ ସମ୍ପର୍କରେ ଫାଟ…

ନୂଆଦିଲ୍ଲୀ,୬।୭: ଟି୨୦ ବିଶ୍ୱକପ୍‌ ୨୦୨୪ରେ ସ୍ବତନ୍ତ୍ର ଯୋଗଦାନ ଦେଇଥିବା ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। କିଛି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri