Categories: ଖେଳ

ଇତିହାସ ରଚିଲେ କୋହଲି

କାନବେରା,୨।୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଉ ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ୨୩ ରନ କରି କୋହଲି ଦ୍ରୁତତମ ଖେଳାଳି ଭାବେ ୧୨,୦୦୦ ରନ (କମ ପାଳି ଭିତ୍ତିରେ)ର କୀର୍ତ୍ତିମାନ ନିଜ ନାମରେ କରିଛନ୍ତି। ସିନ୍‌ ଆବେଟଙ୍କ ବଲ୍‌ରେ ସିଙ୍ଗ୍‌ଲ ନେଇ କୋହଲି ଏହି ରେକର୍ଡ ହାସଲ କରିଛନ୍ତି। ଏହି କୀର୍ତ୍ତିମାନ ପୂର୍ବରୁ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମରେ ରହିଥିଲା। ମାଷ୍ଟର ବ୍ଲାଷ୍ଟର ସଚିନ ୩୦୯ ମ୍ୟାଚ ଓ ୩୦୦ ପାଳିରେ ଏହି ମାଇଲଖୁଣ୍ଟ ପ୍ରତିଷ୍ଟା କରିଥିଲେ। କୋହଲି ଏହି ମାଇଲଖୁଣ୍ଟକୁ ୨୫୧ ମ୍ୟାଚ ଓ ୨୪୨ ପାଳିରେ ଅତିକ୍ରମ କରିଛନ୍ତି। ମୋଟ ଉପରେ କୋହଲି ମଧ୍ୟ ଏହି ତାଲିକାରେ ଷଷ୍ଠ ଖେଳାଳି ହୋଇପାରିଛନ୍ତି। ସଚିନଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ରିକି ପଣ୍ଟିଂ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା, ସନତ ଜୟସୂରିଆ ଏବଂ ମାହେଲା ଜୟବର୍ଧନେ ଏହି କ୍ଲବରେ ଅଛନ୍ତି। ଅନ୍ୟପକ୍ଷରେ କାନବେରା ଦିନିକିଆ ମ୍ୟାଚ ଅବସରରେ କୋହଲିଙ୍କ ପାଇଁ ମଧ୍ୟ ଆଉ ଏକ ମାଇଲଖୁଣ୍ଟ ଅପେକ୍ଷା କରିଛି। ସେ ୧୦୦ ରନ କରିପାରିଲେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଭାବେ ସର୍ବାଧିକ ଶତକ ଜମାଇବାରେ ସଚିନଙ୍କ କୀର୍ତ୍ତିମାନ ସମକକ୍ଷ ହୋଇଯିବେ। ସଚିନଙ୍କ ନାମରେ ୯ ଶତକ ରହିଥିଲା ବେଳେ କୋହଲି ୮ ଶତକ ମାରିସାରିଛନ୍ତି।

Share