ସିଡ୍ନୀ,୬।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ରବିବାର ଅତି ସହଜ କ୍ୟାଚ ଛାଡିଥିଲେ ସୁଦ୍ଧା ଖେଳାଳି ଆଉଟ୍ ହୋଇଥିଲେ। ୱାଶିଂଟନ ସୁନ୍ଦର ଅଷ୍ଟ୍ରେଲୀୟ ଇନିଂସର ୭.୬ ଓଭରରେ ଏକ ମନ୍ଥର ବଲ ବୋଲିଂ କରିଥିଲେ। ମାଥ୍ୟୁ ୱେଡ ସେହି ବଲ୍ ଉପରକୁ ଏକ ଶର୍ଟ ଖେଳିଥିଲେ। କଭରରେ ବିରାଟ କୋହଲି କ୍ୟାଚ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପ୍ରଥମେ ୱେଡ ଭାବିଲେ ଯେ ସେ କ୍ୟାଚ୍ କୋହଲି କ୍ୟାଚ୍ ଛାଡିଦେଇଛନ୍ତି। ଏହି ସମୟରେ, ୱେଡ ଏକ ରନ ନେବାକୁ ଚେଷ୍ଟା କରିଥିଲେ, ସେ ବହୁତ ପିଚରୁ ବାହାରି ଆସିଥିଲେ। ସେ ଫେରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିରାଟ ଉଇକେଟ କିପର କେ.ଏଲ ରାହୁଲଙ୍କ ନିକଟକୁ ବଲ ଫିଙ୍ଗିଥିଲେ। ୱେଡ କ୍ରିଜରେ ପହଞ୍ଚିବା ପୂର୍ବରୁ ରାହୁଲ ବଲକୁ ଷ୍ଟମ୍ପ୍ରେ ମାରି ଦେଇଥିଲେ। ମାଥ୍ୟୁ ୱେଡଙ୍କ ଏହି ଉଇକେଟ ବହୁତ ମଜାଦାର ଥିଲା। ଏହି ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରି ଟି-୨୦ ସିରିଜ୍ ହାତେଇବାରେ ସଫଳ ରହିଛି।
What a calamity! #AUSvIND pic.twitter.com/2NeeTB4ixT
— cricket.com.au (@cricketcomau) December 6, 2020