କାନବେରା,୧।୧୨: ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷ ୩ ଟିକିଆ ଏକଦିବସୀୟ ସିରିଜ ହାରିଛି ଟିମ ଇଣ୍ଡିଆ। ଏବେ ଶେଷ ମ୍ୟାଚରେ ସମ୍ମାନ ବଞ୍ଚାଇବା ଦଳ ପାଇଁ ସୁଯୋଗ ରହିଛି। ଟି-୨୦ ସିରିଜ ପୂର୍ବରୁ ଉଭୟ ଦଳ ଶେଷ ଦିନିକିଆରେ ବୁଧବାର ମୁହାଁମୁହିଁ ହେବେ। ଭାରତୀୟ ଦଳ ଏହାର ବୋଲିଂରେ ଉନ୍ନତି ଆଣିବା ଫିଲ୍ଡିଂ ସୁଧାରିବାକୁ ଚାହୁଁଥିବାବେଳେ ଅଷ୍ଟ୍ରେଲିଆ ଦଳ ବିଜୟର ଗତି ବଜାୟ ରଖିବାକୁ ଚେଷ୍ଟା କରିବ।
ମ୍ୟାଚ କେବେ ଏବଂ କେଉଁଠାରେ ହେବ?
କାନବେରାରେ ଖେଳାଯିବାକୁ ଥିବା ତୃତୀୟ ଦିବାରାତ୍ର ମ୍ୟାଚ ଭାରତୀୟ ସମୟ ସକାଳ ୯.୧୦ରେ ଆରମ୍ଭ ହେବ। ସୋନି ପିକ୍ଚର୍ସ ସ୍ପୋର୍ଟସ ନେଟୱାର୍କ କ୍ରିକେଟ ଅଷ୍ଟ୍ରେଲିଆର ସମସ୍ତ ମ୍ୟାଚ ପାଇଁ ପ୍ରସାରଣ ଅଧିକାର ପାଇଛି। ।ଭାରତୀୟ ଉପମହାଦେଶରେ ମ୍ୟାଚର ସିଧା ପ୍ରସାରଣ ସୋନି ସିକ୍ସ, ସୋନି ଟେନ-୧ ଏବଂ ସୋନି ଟେନ-୩ରେ ହେବ। ମ୍ୟାଚର ଅନ୍ଲାଇନ ଷ୍ଟ୍ରିମିଂ ସୋନି LIVରେ ହେବ। ଏୟାରଟେଲ ପୋଷ୍ଟପେଡ ଏବଂ ଜିଓ ଗ୍ରାହକମାନେ ମଧ୍ୟ ଏହାକୁ ଉପଭୋଗ କରିପାରିବେ।
ଭାରତ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଶୁଭମାନ ଗିଲ, କେ.ଏଲ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ରବିନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସାମି, ନବଦୀପ ସଇନି, ଶାର୍ଦ୍ଦୁଳ ଠାକୁର
ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ (ଅଧିନାୟକ), ଡାର୍ସି ସର୍ଟ, ଷ୍ଟିଭ ସ୍ମିଥ, ମାର୍ନସ ଲାବୁଶେନ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ଆଲେକ୍ସ କାରେ, ପ୍ୟାଟ କମିନ୍ସ, ମିଚେଲ ଷ୍ଟାର୍କ, ଆଦାମ ଜାମ୍ପା, ଜୋଶ ହେଜେଲଉଡ, ସିନ ଆବଟ, ଏଷ୍ଟୋନ ଏଗର୍, କ୍ୟାମେରନ ଗ୍ରୀନ, ମୋଇସ ହେନେରିକ୍ସ, ଆଣ୍ଡ୍ରିୟୁ ଟାଇ, ଡାନିଏଲ ସାଇମସ, ମାଥ୍ୟୁ ୱେଡ।