Categories: ଖେଳ

ରୋମାଞ୍ଚକର ସ୍ଥିତିରେ ମ୍ୟାଚ୍‌: ବିଜୟଠାରୁ ୪ ଉଇକେଟ ଦୂରରେ ଟିମ୍‌ ଇଣ୍ଡିଆ

ଚଟ୍ଟୋଗ୍ରାମ,୧୭।୧୨: ଭାରତ-ବାଲାଂଦେଶ ମଧ୍ୟରେ ଶନିବାର ଚଟ୍ଟୋଗ୍ରାମ ଟେଷ୍ଟର ଚତୁର୍ଥ ଦିନର ଖେଳ ସମ୍ପୂର୍ଣ୍ଣ ହୋଇଛି। ମ୍ୟାଚ୍‌ରେ ୫୧୩ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଲାଂଦେଶ ଟିମ୍‌ ଖେଳକୁ ରୋମାଞ୍ଚକର ସ୍ଥିତିରେ ପହଞ୍ଚାଇଛି। ଏବେ ଦଳକୁ ଅନ୍ତିମ ଦିବସରେ ଜିତିବା ଲାଗି ୨୪୧ ରନ୍‌ର ଆବଶ୍ୟକତା ରହିଛି। ଅପରପକ୍ଷେ ଭାରତକୁ ବିଜେତା ହେବା ଲାଗି ୪ ଉଇକେଟର ଆବଶ୍ୟକତା ରହିଛି।

ପ୍ରକାଶ ଯେ, ଭାରତ ପ୍ରଥମ ଇନିଂସରେ ୪୦୪ ରନ୍‌ କରିଥିଲା। ଜବାବରେ ବାଲାଂଦେଶ ପ୍ରଥମ ଇନିଂସରେ ୧୫୦ ରନ୍‌ କରିପାରିଥିଲା। ଏହାପରେ ଭାରତ ଦ୍ୱିତୀୟ ଇନିଂସରେ ୨୫୮/୨ରେ ପାଳି ଘୋଷଣା କରିଥିଲା। ଫଳରେ ବାଲାଂଦେଶକୁ ୫୧୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଦଳ ବଡ ଟାର୍ଗେଟକୁ ପିଛା କରି ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୧୦୨ ଓଭରରେ ୬ ଉଇକେଟ ହରାଇ ୨୭୨ ରନ୍‌ କରିଛି।

Share