ଚାଇନା ନୁହେଁ ଭାରତ ହେଉଛି ବିଶ୍ୱର ସବୁଠାରୁ ଜନବହୁଳ ଦେଶ

ନୂଆଦିଲ୍ଲୀ,୧୯।୪: ବିଶ୍ୱର ସବୁଠାରୁ ଅଧିକ ଜନବହୁଳ ଦେଶ ଚାଇନା ନୁହେଁ। ଏବେ ଭାରତ ହେଉଛି ବିଶ୍ୱର ସବୁଠାରୁୂ ଅଧିକ ଜନବହୁଳ ଦେଶ। ଚଳିତ ବର୍ଷ ଆରମ୍ଭରେ ଗ୍ଲୋବାଲ ଏକ୍ସପର୍ଟସ ଅନୁମାନ କରିଥିଲେ କି ୨୦୨୩ରେ ଭାରତ ସବୁଠାରୁ ଅଧିକ ଜନବହୁଳ ଦେଶ ହେବ। ଏବେ ଏହି ନୂଆ ସଂଖ୍ୟା ଉପରେ ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷ(ୟୁଏନଏଫପିଏ) ମୋହର ମାରିଛି।
ସଂଯୁକ୍ତ ରାଷ୍ଟ୍ର ସଂଖ୍ୟାରୁ ଜଣାପଡିଛି କି ଭାରତ ଏବେ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଦେଶ ହୋଇଛି। ଭାରତରେ ଏବେ ଚାଇନା ତୁଳନାରେ୨୦ଲକ୍ଷରୁ ଅଧିକ ଲୋକ ରହିଛନ୍ତି। ଆଉ ଏହି ଦେଶର ଜନସଂଖ୍ୟାରେ ବୃଦ୍ଧି ହୋଇ ଏବେ ଏହା ୧୪୦ କୋଟିରୁ ଅଧିକ ହେଲାଣି। ଚାଇନାରେ ଶିଶୁ ଜନ୍ମ ହାର କମିଛି, ଆଉ ଏହି ଦେଶ ଏବେ ମାଇନସ ହିସାବରେ ଚାଲିଛି।
ୟୁଏନଏଫପିଏର ‘ଦ ଷ୍ଟେଟ ଅଫ ଓ୍ବାର୍ଲଡ ପପୁଲେଶନ ରିପୋର୍ଟ ୨୦୨୩’ ଯାହା ‘୮ ବିଲିୟନ ଲାଇଭସ୍‌, ଇନଫିନିଟ ପସିବିଲିଟିଜ: ଦ କେସ ଫର ରାଇଟସ୍‌ ଆଣ୍ଡ ଚଏସ’ର ଟାଇଟେଲରେ ଜାରି କରାଯାଇଛି। ଏଥିରେ କୁହାଯାଇଛି କି ଏବେ ଭାରତର ଜନସଂଖ୍ୟା ୧,୪୨୮.୬ ମଲିୟନ ରହିଛି। ଏହି ହିସାବରେ ଚାଇନାର ଜନସଂଖ୍ୟା ୧,୪୨୫.୭ ମିଲିୟନ ରହିଛି। ଅର୍ଥାତ୍‌ ଦୁଇ ଦେଶର ଜନସଂଖ୍ୟାରେ ୨.୯ ମିଲିୟନର ଅନ୍ତର ହୋଇଯାଇଛି। ରିପୋର୍ଟରେ ତାଜା ସଂଖ୍ୟା ‘ଡେମୋଗ୍ରାଫିକ ଇଣ୍ଡିକେଟର୍ସ’ର କାଟାଗୋରୀରେ ଦିଆଯାଇଛି।
ସଂଯୁକ୍ତ ରାଷ୍ଟ୍ରର ଜନସଂଖ୍ୟା ଡେଟା ରେକର୍ଡରେ ଏହା ପ୍ରଥମଥର ହୋଇଛି ଯେ ଭାରତର ଜନସଂଖ୍ୟା ୧୯୫୦ ପରେ ଚାଇନାଠାରୁ ଅଧିକ ହୋଇଛି। ସୂଚନାଯୋଗ୍ୟ, ସଂଯୁକ୍ତ ରାଷ୍ଟ୍ରର ସ୍ଥାପନା ୧୯୪୫ରେ ଶେଷ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ହୋଇଥିଲା ଓ ୧୯୫୦ରେ ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା ଡେଟା ଏକତ୍ର କରିବା ଓ ଜାରି କରିବା ଆରମ୍ଭ କରିଥିଲା।

Share