Categories: ଖେଳ

କ୍ରିକେଟର ଭଗବାନ ସଚିନଙ୍କ ସହ ସମକକ୍ଷ ହେବାଠାରୁ ମାତ୍ର ଗୋଟିଏ ପାଦ ପଛରେ କୋହଲି

ଭାରତୀୟ କ୍ରିକେଟ ଦଳରେ ଯଦି କାହାକୁ ରେକର୍ଡର ବାଦ୍‌ଶାହା କୁହାଯାଏ ତେବେ ସେ ହେଉଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଯିଏକି ଖୁବ୍‌ କମ୍‌ ସମୟ ମଧ୍ୟରେ ସେହି ସଫଳତା ପାଇ ପାରିଛନ୍ତି ଯାହାକି ବଡ଼ ବଡ଼ ଖେଳାଳିଙ୍କୁ ତାହା କରିବାକୁ ବହୁତ ସମୟ ଲାଗିଥିଲା। ତେବେ ଏହି ତାଲିକାରେ ସବୁବେଳେ ଉପରେ ରହୁଥିବା ନାମ ହେଉଛି ‘କ୍ରିକେଟର ଭଗବାନ’ କୁହାଯାଉଥିବା ସଚିନ ତେନ୍ଦୁଲକର। କିନ୍ତୁ ମଙ୍ଗଳବାର ପୁଣେରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ଏକଦିବସୀୟ ସିରିଜ୍‌ରେ କୋହଲିଙ୍କ ପାଖରେ ସଚିନଙ୍କ ସହ ସମକକ୍ଷ ହେବାର ସୁଯୋଗ ରହିଛି। ଯଦି ଇଂଲଣ୍ଡ ବିପକ୍ଷରେ କୋହଲି ଏକ ଦିବସୀୟ ସିରିଜ୍‌ରେ ଶତକ କରୁଛନ୍ତି ତେବେ ସେ ସଚିନଙ୍କ ରେକର୍ଡ ସହ ସମାନ ହୋଇପାରିବେ।
ସଚିନଙ୍କ ନାମରେ ଏକଦିବସୀୟ ୨୦ଟିି ଶତକ ରହିଥିବା ବେଳେ କୋହଲିଙ୍କ ନାମରେ ୧୯ଟି ଶତକ ରହିଛି। ଏମିତିରେ ଯଦି ବିରାଟ ଏହି ସିରିଜ୍‌ରେ ଶତକ କରିପାରୁଛନ୍ତି ତେବେ ସେ ସଚିନଙ୍କ ସହ ସମକକ୍ଷ ହୋଇପାରିବେ। ଆଉ ଯଦି ସେ ୨ ଶତକ କରୁଛନ୍ତି ତେବେ ସେ ସଚିନଙ୍କ ରେକର୍ଡ ଭାଙ୍ଗି ପାରିବେ।

Share