Categories: ଖେଳ

୨୨ ବର୍ଷ ଧରି ଚେନ୍ନାଇରେ ହାରିନାହିଁ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୧: ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଗସ୍ତରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଶଂସକଙ୍କ ହୃଦୟ ଜିତିଛି। ଏପରିସ୍ଥଳେ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଘରୋଇ ସିରିଜ ଉପରେ ସମସ୍ତଙ୍କ ନଜର ରହିଛି। ଫେବୃୟାରୀ ୫ରୁ ଚେନ୍ନାଇରେ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ଖେଳାଯିବ। ଏମ୍‌ଏ ଚିଦାମ୍ବରମ ଅର୍ଥାତ ଚେପୋକ୍‌ ଷ୍ଟାଡିୟମରେ ଏଯାବତ ଭାରତର ରେକର୍ଡ ଭଲ ରହିଛି। ଟିମ୍‌ ଏଠାରେ ୨୨ ବର୍ଷରୁ ଗୋଟିଏ ବି ମ୍ୟାଚ୍‌ ହାରି ନାହିଁ।

୧୯୯୯ରେ ଶେଷଥର ପାଇଁ ୧୨ ରନ୍‌ରେ ଭାରତୀୟ ଟିମ୍‌ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପରାଜୟ ଲାଭ କରିଥିଲା। ଏହାପରେ ଚେନ୍ନାଇରେ ଭାରତ ୮ ଟେଷ୍ଟ ଖେଳିଛି। ଏଥିରୁ ୫ରେ ଦଳ ଜିତିଥିବା ବେଳେ ୩ ଟେଷ୍ଟ ମ୍ୟାଚ୍‌ ଡ୍ର ରହିଛି। ଏଯାବତ ଷ୍ଟାଡିୟମ୍‌ରେ ଭାରତ ମୋଟ ୩୨ ଟେଷ୍ଟ ଖେଳିଥିବା ବେଳେ ୧୪ରେ ଜିତିଛି। ସେହିଭଳି ୧୧ ଡ୍ର ରହିଥିବା ବେଳେ ୬ରେ ପରାଜିତ, ୧ ଟାଇ ହୋଇଛି।

Share