Categories: ଖେଳ

ପ୍ରଥମେ ବ୍ୟାଟିଂ କରିବ ଭାରତ

ବର୍ମିଂହାମ,୯।୭: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଟସ୍‌ ହାରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଇଂଲଣ୍ଡ ଅଧିନାୟକ ଜୋସ୍‌ ବଟଲର୍‌ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ।

ପ୍ରକାଶ ଯେ, ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜିତି ଭାରତ ୧-୦ରେ ଆଗୁଆ ରହିଛି। ଶନିବାର ଦଳ ମ୍ୟାଚ ଜିତିଲେ ସିରିଜକୁ ଆଗୁଆ କବଜା କରିନେବ। ସେହିପରି ଇଂଲଣ୍ଡ ପାଇଁ ଆଜି କର ବା ମର ମ୍ୟାଚ ରହିବ ବୋଲି କୁହାଯାଇଛି।

Share