Categories: ଖେଳ

ଭାରତୀୟ ଡ୍ରେସିଂ ରୁମ୍‌ରେ ହଠାତ୍‌ ପହଞ୍ଚିଲେ ଧୋନୀ

ଲଣ୍ଡନ,୧୦।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି -୨୦ରେ ମ୍ୟାଚରେ ଭାରତ ୪୯ ରନ୍‌ରେ ଘରୋି ଦଳକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ ପରେ ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ହଠାତ୍‌ ଟିମ ଇଣ୍ଡିଆର ଡ୍ରେସିଂ ରୁମରେ ପହଞ୍ଚିଥିଲେ। ତାଙ୍କ ଫଟୋ ବିସିସିଆଇ ସୋସିଆଲ ମିଡିଆରେ ଶେୟାର କରିଛି।
ଧୋନି ଡ୍ରେସିଂ ରୁମରେ ପହଞ୍ଚି ଯୁବ ଖେଳାଳିଙ୍କ ସହ ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଥିଲେ। ସେ ତାଙ୍କ ରାଜ୍ୟ ଖେଳାଳି ଇଶାନ କିଶନଙ୍କ ସହ ଖେଳ ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଧୋନୀଙ୍କ ସହ ଟିମ ଇଣ୍ଡିଆର ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମଧ୍ୟ ଉପସ୍ଥିତ ଥିଲେ। ଧୋନୀଙ୍କ ଫଟୋ ଶେୟାର କରି ବିସିସିଆଇ ପକ୍ଷରୁ ଲେଖାଯାଇଛି ଯେ, ଯେତେବେଳେ ମହାନ ଏମଏସ ଧୋନୀ କଥା ହୁଅନ୍ତି, ସମସ୍ତେ ଅତି ଯତ୍ନର ସହ ଶୁଣନ୍ତି।
ସୂଚନାଯୋଗ୍ୟ,ଏଜବାଷ୍ଟନ ଠାରେ ଅନୁଷ୍ଠିତ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଇଂଲଣ୍ଡକୁ ୪୯ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ମଧ୍ୟ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଜିତିଛି।

Share