ଇଂଲଣ୍ଡ,୧୭।୮: ଭାରତୀୟ କ୍ରିକେଟ ଦଳ ଆୟୋଜକ ଇଂଲଣ୍ଡ ଐତିହାସିକ ଲର୍ଡସରେ ଭାରତୀୟ ଦଳ ଇଂଲଣ୍ଡକୁ ୧୫୧ ରନରେ ପରାସ୍ତ କରିଛି। ଭାରତୀୟ ଦଳ ଜିତିବା ପାଇଁ ଇଂଲଣ୍ଡକୁ ୨୭୨ ରନ ଟାର୍ଗେଟ ଦେଇଥିଲା, କିନ୍ତୁ ଏହାର ଜବାବରେ ଜୋ ରୁଟଙ୍କ ଦଳ ମାତ୍ର ୧୨୦ ରନରେ ଅଲଆଉଟ୍ ହୋଇଯାଇଥିଲା। ବିଜୟ ପରେ ବିରାଟ କୋହଲି ଇଂଲଣ୍ଡର କ୍ଷତ ଉପରେ ଲୁଣ ଛିଞ୍ଚିଥିଲେ। ବିରାଟ କୋହଲି କହିଛନ୍ତି ଯେ, ମ୍ୟାଚ ସମୟରେ ବିପକ୍ଷ ଦଳର ସ୍ଲେଜିଂ ତାଙ୍କ ଦଳକୁ ଜିତିବାକୁ ପ୍ରେରଣା ଦେଇଥିଲା। ୍ଦ୍ୱିତୀୟ ଇନିଂସରେ ମହମ୍ମଦ ଶାମି ଏବଂ ଜସପ୍ରୀତ ବୁମ୍ରାଙ୍କ ମଧ୍ୟରେ ନବମ ଉଇକେଟ ଭାଗିଦାରୀ ଦଳ ପାଇଁ ବିଜୟ ସୃଷ୍ଟି କରିଥିଲା। ମୁଁ ପୁରା ଦଳ ପାଇଁ ଗର୍ବିତ। ବୋଲରମାନେ ପିଚର ପ୍ରଥମ ତିନି ଦିନ ପାଇଁ ସାହାଯ୍ୟ ପାଇଲେ ନାହିଁ କିନ୍ତୁ ଆମେ ଆମର ରଣନୀତି ଭଲ ଭାବରେ କାର୍ଯ୍ୟକାରୀ କଲ। ଦ୍ୱିତୀୟ ଇନିଂସରେ ଚାପ ପରିସ୍ଥିତିରେ ବୁମରା ଏବଂ ଶାମି ଚମତ୍କାର ବ୍ୟାଟିଂ କରିଥିଲେ। ପଡ଼ିଆରେ ଥିବା ଟେନସନ ମଧ୍ୟ ଜିତିବାକୁ ପ୍ରେରଣା ଦେଲା ବୋଲି କୋହଲି କହିଛନ୍ତି।
ଲର୍ଡସରେ ଏହା ହେଉଛି ଭାରତର ତୃତୀୟ ବିଜୟ। ଏହାପୂର୍ବରୁ ସେ ୨୦୧୪ ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଜିତିଥିଲେ। କୋହଲି ମଧ୍ୟ ସେହି ଦଳର ଏକ ଅଂଶ ଥିଲେ।