Categories: ଖେଳ

ଆଜି ଭାରତ ଖେଳିବ ନିର୍ଣ୍ଣାୟକ ମ୍ୟାଚ୍‌: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିବେ…

ନୂଆଦିଲ୍ଲୀ,୧୭।୭: ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ଦିନିକିଆ ସିରିଜର ତୃତୀୟ ତଥା ଶେଷ ମୁକାବିଲା ମଞ୍ଚେଷ୍ଟରରେ ଖେଳାଯିବ। ରବିବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉଭୟ ଟିମ୍‌ ଲାଗି ଗୁରୁତ୍ୱପୂର୍ଣ୍ଣ ରହିଛି। କାରଣ ପୂର୍ବରୁ ସିରିଜ ୧-୧ରେ ଥିବାରୁ ଯେକେହି ମ୍ୟାଚ୍‌ ଜିତିଲେ ସିରିଜ ବିଜେତା ହେବ।

ଭାରତୀୟ ସମୟାନୁସାରେ ଅପରାହ୍ନ ୩.୩୦ରେ ମ୍ୟାଚ୍‌ ଆରମ୍ଭ ହେବ। ଏହାର ଅଧାଘଣ୍ଟା ପୂର୍ବରୁ ଅର୍ଥାତ ୩ଟାରେ ମ୍ୟାଚ୍‌ର ଟସ୍‌ ପଡ଼ିବ। ତେବେ ଆସନ୍ତୁ ଜାଣିବା ତୃତୀୟ ଦିନିକିଆର ଲାଇଭ୍‌ ପ୍ରସାରଣ କେବେ, କେଉଁଠି ଏବଂ କେତେବେଳେ ଦେଖିବେ।

-କେବେ ଖେଳାଯିବ?
ଜୁଲାଇ ୧୭, ରବିବାର ଖେଳାଯିବ।

-କେଉଁଠି ଖେଳାଯିବ?
ମଞ୍ଚେଷ୍ଟର ମଇଦାନରେ ଖେଳାଯିବ।

-କେତେବେଳେ ଆରମ୍ଭ ହେବ?
ଭାରତୀୟ ସମୟାନୁସାରେ ଅପରାହ୍ନ ୩.୩୦ରେ ଆରମ୍ଭ ହେବ। ୩ଟାରେ ଟସ୍‌ ପଡ଼ିବ।

-କେଉଁ ଚ୍ୟାନେଲରେ ଲାଇଭ୍‌ ପ୍ରସାରଣ ହେବ?
ଭାରତରେ ସୋନି ସ୍ପୋଟ୍ସର ଚ୍ୟାନେଲରେ ଏହାର ପ୍ରସାରଣ ଦେଖିପାରିବେ।

-ଅନଲାଇନ୍‌ ଷ୍ଟ୍ରିମିଂ କେଉଁଠି ଦେଖିବେ?
ଅନଲାଇନ୍‌ରେ ମ୍ୟାଚ୍‌କୁ ସୋନି ଲିଭ୍‌ ଆପ୍‌ରେ ଦେଖିପାରିବେ। ଏହାଛଡ଼ା ଗୁଗୁଲ୍‌ରେ ସର୍ଚ୍ଚ କରି ମ୍ୟାଚ୍‌ର ସଂକ୍ଷିପ୍ତ ସ୍କୋର ଜାଣିପାରିବେ।

Share