Categories: ଖେଳ

IND Vs ENG 1st Test: ଯଶସ୍ବୀଙ୍କ ବିସ୍ଫୋରକ ବ୍ୟାଟିଂ ସହ ପ୍ରଥମ ଦିନର ଖେଳ ଶେଷ, ଭାରତର ସ୍କୋର-୧୧୯/୧

ହାଇଦ୍ରାବାଦ,୨୫।୧: ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ଗୁରୁବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁକାବିଲା ଆରମ୍ଭ ହୋଇଛି। ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଦଳ ୨୪୬ ରନ୍‌ କରିପାରିଛି। ଜବାବରେ ଭାରତ ପ୍ରଥମ ଇନିଂସରେ ପ୍ରଥମ ଦିନ ଖେଳ ଶେଷ ହେବା ଯାଏ ଦଳ ୨୩ ଓଭରରେ ୧ ଉଇକେଟ ହରାଇ ୧୧୯ ରନ୍‌ କରିଛି। ୨୪ ରନ୍‌ କରି ରୋହିତ ଶର୍ମା ପ୍ୟାଭିଲିୟନ ଫେରିଛନ୍ତି। ଏବେ ଯଶସ୍ବୀ ଜୟସଓ୍ବାଲ(୭୦) ଏବଂ ଶୁଭମନ ଗିଲ(୧୪) ଅପରାଜିତ ଅଛନ୍ତି। ଦଳ ଏବେ ପ୍ରଥମ ଇନିଂସରେ ଇଂଲଣ୍ଡଠାରୁ ୧୨୭ରନ୍‌ ପଛୁଆ ରହିଛି।

ପ୍ରକାଶ ଯେ, ଏହି ଟେଷ୍ଟରେ ଭାରତୀୟ ଟିମ୍‌ ୩ ସ୍ପିନର ଏବଂ ୨ ଦ୍ରୁତ ବୋଲର ସହ ମଇଦାନକୁ ଓହ୍ଲାଇଛି। ଶୁଭମନ ଗିଲ ବିରାଟଙ୍କ ସ୍ଥାନରେ ବ୍ୟାଟିଂ କରୁଛନ୍ତି। ସେହିଭଳି ଅକ୍ଷର ପଟେଲଙ୍କୁ କୋହଲି ନ ଥିବାରୁ ଦଳରେ ସୁଯୋଗ ମିଳିଛି।

Share