Categories: ଖେଳ

ପଡ଼ିଆରେ ଭୋ ଭୋ ହୋଇ କାନ୍ଦିଥିଲେ ଏହି ଖେଳାଳି, ଡେବ୍ୟୁ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କୁ ପକାଇଲେ ପଛରେ

ଗତ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ୭ ଉଇକେଟ୍‌ରେ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍‌ରୁ ଡେବ୍ୟୁ କରିଥିବା ଈଶାନ କିଶନ ସମସ୍ତଙ୍କର ଧ୍ୟାନ ନିଜପ୍ରତି ଆକର୍ଷିତ କରିପାରିଥିଲେ। ଈଶାନ ପ୍ରଥମ ମ୍ୟାଚ୍‌ରେ ୫୦ ରନ୍‌ କରିବାରେ ସଫଳ ହୋଇଥିଲେ। ୩୨ ବଲରେ ୪ ଛକା, ୫ ଚୌକା ସହାୟତାରେ ୫୬ ରନ୍‌ କରିଥିଲେ। ଏମିତିରେ ଟି-୨୦ କ୍ରିକେଟରେ ଡେବ୍ୟୁ ମ୍ୟାଚ୍‌ରେ ୫୦ କିମ୍ବା ତାଠାରୁ ଊର୍ଦ୍ଧ୍ୱ ରନ୍‌ କରିବାରେ ସେ ହେଉଛନ୍ତି ୪ର୍ଥ ଖେଳାଳି। ଏହି ମାମଲାରେ ସେ ରୋହିତ ଶର୍ମା ଏବଂ ରବିନ୍‌ ଉଥପ୍ପାଙ୍କୁ ମଧ୍ୟ ପଚରେ ପକାଇ ଦେଇଛନ୍ତି। ଟି-୨୦ ଡେବ୍ୟୁ ମ୍ୟାଚ୍‌ରେ ସେ ଭାରତ ପକ୍ଷରୁ ସୁବୁଠାରୁ ଅଧିକ ରନ୍‌ କରିବାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପୂର୍ବରୁ ଆଜିଙ୍କ୍ୟ ରାହାଣେ , ଯିଏକି ନିଜର ଡେବ୍ୟୁ ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷରେ ୬୧ ରନ୍‌ କରିଥିଲେ। ସେହିପରି ରୋହିତ ଡେବ୍ୟୁ ମ୍ୟାଚ୍‌ରେ ୫୦ ରନ୍‌ କରିଥିଲେ।
ମାତ୍ର ଏମିତି ଏକ ସମୟ ଥିଲା, ଯେବେ ଈଶାନ ୯୯ ରନ୍‌ କରିବା ସତ୍ତ୍ୱେ ନିଜର ଆଇପିଏଲ୍‌ ଟିମ୍‌ ମୁମ୍ବାଇ ଇଣ୍ଡିୟନ୍ସକୁ ଜିତାଇପାରିଥିଲେ। ତେଣୁ ସେ ପଡ଼ିଆରେ ବସି ଭୋ ଭୋ ହୋଇ କାନ୍ଦିଥିଲେ। ପ୍ରତ୍ୟେକ ଖେଳାଳିଙ୍କର ସ୍ବପ୍ନ ହେଉଛି କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ କିଛି କମାଲ କରି ଦେଖାଇବାକୁ।