ଚେନ୍ନାଇ, ୧୧।୨- ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଦଳକୁ ବଡ଼ ଝଟ୍କା ଲାଗିଛି। ଦ୍ୱିତୀୟ ଟେଷ୍ଟରୁ ଭ୍ରମଣକାରୀ ଦଳର ଅନ୍ୟତମ ପେସର ଜୋଫ୍ରା ଆର୍ଚ୍ଚର ବାଦ୍ ପଡ଼ିଛନ୍ତି। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଗୁରୁବାର ପକ୍ଷରୁ କୁହାଯାଇଛି। ପ୍ରଥମ ଟେଷ୍ଟ ବେଳେ ସେ ଡାହାଣ କହୁଣିରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଉଲ୍ଲେଖଯୋଗ୍ୟ ଯେ, ଆର୍ଚ୍ଚର ପ୍ରଥମ ଟେଷ୍ଟରେ ମାତ୍ର ୩ ଉଇକେଟ ପାଇଥିଲେ।